SMS News Bureau Rourkela
ପି ପି ରାୟ ଙ୍କ ଫର୍ଟିଲାଇଜର ଘର ଅଭିଯୋଗ ସତ୍ୟାସତ୍ୟ ନେଇ ଆପତ୍ତି ଆଣିଲେ ଘର ମାଲିକ ସରୋଜ ବେହେରା।
ଗତକାଲି ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ପି ପି ରାୟ ଫର୍ଟିଲାଇଜର E/116 ଘର ସମ୍ମୁଖରେ ନିର୍ମାଣଧିନ ଘର କୁ ଆକ୍ଷେପ କରି ଏକ ମତ ପୋଷଣ କରିଥିଲେ। ମାତ୍ର ଉକ୍ତ ଘରର ମାଲିକ ସରୋଜ ବେହେରା ସେ ନେଇ ମତ ରଖି କହିଛନ୍ତି ଯେ ଉକ୍ତ ଘର ତାଙ୍କ ସ୍ତ୍ରୀ ଙ୍କ ନାମରେ ଥିବା ବେଳେ ସେ ତାଙ୍କ ଦୁଇ ପୁଅ ବ୍ୟାଙ୍କ ରୁ ଆବଶ୍ୟକୀୟ 2 କୋଟି ଋଣ ନେଇ ନିର୍ମାଣ କରୁଛନ୍ତି।ଘରର ସମସ୍ତ ପ୍ଲାନ ଓ ଅନୁମତି RDA ଠାରୁ ନେଇଛନ୍ତି। ତେଣୁ ପି ପି ରାୟ ଙ୍କ ଅଭିଯୋଗ ମିଥ୍ୟା ଓ କଳ୍ପୋକଳ୍ପିତ।ଏ ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ଏବେ ଏ ଘଟଣା ରୋଚକ ମୋଡ଼ ରେ ଥିବା ବେଳେ ପି ପି ରାୟ କେଉଁ ଆଧାରରେ ଏପରି କହିଲେ ତାହା ତଦନ୍ତ ପରିସରଭୁକ୍ତ।
#smsnewsnetwork #rourkela #fertilizertownship #ppray #sarojbehera #alligaation
Sundargarh Town, Sundargarh | Aug 26, 2026