#ପାରିଷଦଙ୍କ_ଆକସ୍ମିକ_ବିୟୋଗ
ଯାଜପୁର ପୌରପାଳିକାର ୧୭ ନମ୍ବର ୱାର୍ଡର ପାରିଷଦ ତିଳୋତମା ସାହୁଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କର ପାର୍ଥୀବ ଶରୀର ଯାଜପୁରରେ ପହଞ୍ଚିବା ପରେ ମାନସାପୋହ୍ଲ ନିକଟରୁ ଏକ ଶୋଭାଯାତ୍ରାରେ ଯାଜପୁର ପୈାରପାଳିକା କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ, ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀନ୍ଧର ରାଉତଙ୍କ ସମେତ ସମସ୍ତ ପାରିଷଦ ମାନେ ଉପସ୍ଥିତ ରହି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ତାଙ୍କ ଦେବୀଦ୍ୱାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ଯାଜପୁର ବିଧାୟିକା ସୁଜାତା ସାହୁ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ ସେଠାରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
#jajpurmunicipality #lntvnetwork #jajpurkhabar #JajpurNews #Aeiodisha