Public App Logo
Profile Picture

ଏଇ ଓଡ଼ିଶା

@aeiodisha
25Followers
0Following
<nis:link nis:type=tag nis:id=ବିରଜା_ଅଗ୍ନେଶ୍ଵର_ହାଟ_ନିର୍ମାଣରେ_ଅନିୟମିତତା nis:value=ବିରଜା_ଅଗ୍ନେଶ୍ଵର_ହାଟ_ନିର୍ମାଣରେ_ଅନିୟମିତତା nis:enabled=true nis:link/> 
ଐତିହାସିକ ବିରଜା ହାଟର ଆଧୁନିକୀକରଣ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥ‌ିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଦାୟିତ୍ବରେ ଥ‌ିବା ଥୂବା ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ ଏହି କାର୍ଯ୍ୟରୁ ଅନ୍ତର କରିବା ପାଇଁ ବିରଜା ଅଗ୍ନେଶ୍ଵର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ସୂଚନା ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ନିକଟରେ ପୂର୍ବ ବିଜେଡି ସରକାର ସମୟରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ନୂତନ ସରକାର ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଜନସାଧାରଣଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖ୍ ୨୦୨୪ ଡିସେମ୍ବର ମାସରେ ହାଟକୁ ପ୍ରଶାସନ ପକ୍ଷରୁ ପୁନର୍ବାର ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଏକ ଅତ୍ୟାଧୁନିକ ହାଟରେ ପରିଣତ କରି କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକିୟ ଅନୁଦାନ ଯୋଗାଇ ଦେଇଥିଲେ। ଗତ ଏପ୍ରିଲ ମାସରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ଡ ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳ ରେ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ନିର୍ମାଣ ଦାୟିତ୍ଵ ନେଇଥିବା ଠିକାଦାର ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ଚାଷୀ ଓ ବ୍ୟବସାୟୀମାନେ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାସହ ବ୍ୟବସାୟୀ ସଂଘ ଯାଜପୁର ଜିଲାପାଳ ତଥା କାର୍ଯ୍ୟ ତଦାରଖ କରୁଥିବା ରାସ୍ତା ଓ କୋଠାବାଡ଼ି ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଭେଟି ଠିକାଦାରଙ୍କୁ ହଟାଇବା ନିମନ୍ତେ ଲିଖୂତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ବିରଜା ଅଗ୍ନେଶ୍ଵର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଅକ୍ଷୟ କୁମାର ନାୟକ, ହରେକୃଷ୍ଣ ସାହୁଙ୍କ ସମେତ ସମସ୍ତ  ସଦସ୍ୟ ଉପସ୍ଥିତ ଥିଲେ। 
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ସରିଲା_ଛାତ୍ର_ସଂସଦ_ନିର୍ବାଚନ_ପାଇଁ_ନାମାଙ୍କନ_ପତ୍ର_ଦାଖଲ_ପ୍ରକ୍ରିୟା nis:value=ସରିଲା_ଛାତ୍ର_ସଂସଦ_ନିର୍ବାଚନ_ପାଇଁ_ନାମାଙ୍କନ_ପତ୍ର_ଦାଖଲ_ପ୍ରକ୍ରିୟା nis:enabled=true nis:link/> 
ଯାଜପୁର ର ସର୍ଵ ପୁରାତନ ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ମହାବିଦ୍ୟାଳୟର ପରିବେଶ ବେଶ ସରଗରମ ଦେଖିବାକୁ ମିଳିଥିଲା। ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ ବିଜୁ ଛାତ୍ର ଜନତା ଦଳ, ଏଭିଭିପି ସମେତ ବିଭିନ୍ନ ଦଳ ସମର୍ଥିତ ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିରାଟ ଶୋଭାଯାତ୍ରା ରେ ମହାବିଦ୍ୟାଳୟ ପରିସରକୁ ନାମାଙ୍କନ ପାଇଁ ଆସି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀ ମାନେ ପଟୁଆରରେ ଆସି ନିଜ ସମର୍ଥକ ଓ ପ୍ରସ୍ତାବକଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ନାମାଙ୍କନ ପ୍ରକ୍ରିୟାରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।
<nis:link nis:type=tag nis:id=nccollege nis:value=nccollege nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଚୋରା_ମଦକୁ_ବିରୋଧ nis:value=ଚୋରା_ମଦକୁ_ବିରୋଧ nis:enabled=true nis:link/> 
ପୋଲିସର ନିଷ୍କ୍ରିୟତା ର ପ୍ରତିବାଦରେ ଅଂଟା ଭିଡ଼ିଲେ ମହିଳା। ବେଆଇନ ମଦ ଦୋକାନ ସମ୍ମୁଖରେ କଲେ ହଟ୍ଟଗୋଳ।ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନ ଗୃହ ଓ ଜେନାସାହିରେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ହେବ ବେଆଇନ ମଦ ବିକ୍ରି ହୋଇ ଆସୁଛି। ଗାଁରେ ମଦ ପିଇ ଲୋକ ମାନେ ଏକ ଅଶାନ୍ତିର ପରିବେଶ ସୃଷ୍ଟି କରିବା ସହ ଘରେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିଲେ। ଯାହାକୁ ନେଇ ବହୁବାର  ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମର ମହିଳା ମହାସଂଘର ମହିଳା ମାନେ ଏକତ୍ରିତ ହୋଇ ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନରେ ହୋହଲା କରିବା ସହ ସମ୍ପୃକ୍ତ ଦୋକାନୀ ମାନଙ୍କୁ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଥିଲେ। 
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ nis:value=ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ nis:enabled=true nis:link/> 
୨୦୧୭ମସିହା ସୁକିନ୍ଦା ଥାନା ଅଂଚଳରେ ୧୬ବର୍ଷିୟ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ। ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୋଟପାଟଣା ଗ୍ରାମର ଭାଗିରଥି ସାହୁଙ୍କ ପୁଅ ଅନନ୍ତ କୁମାର ସାହୁଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକସୋ ଫାଷ୍ଟଟ୍ରାକ ସ୍ପେସାଲ ଅଦାଲତ । ଅଭିଯୁକ୍ତ ଟୁରିଷ୍ଟ ଗାଇଡ଼ ଭାବେ କାମ କରେ। ନାବାଳିକାକୁ ପ୍ରଲୋଭିତ କରି କେରଳକୁ ଅପହରଣ କରି ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏ ନେଇ  ପୀଡ଼ିତା ଙ୍କ ପରିବାର ବର୍ଗ ଅପହରଣ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଟ୍ରାକିଂ କରି ନାବାଳିକା କୁ କେରଳ ରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଯାଜପୁର ର ଆଡ଼ ହକ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ୨୨ ଜଣଙ୍କ ସାକ୍ଷ ଓ ୧୫ ଗୋଟି ଦସ୍ତାବିଜ କୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି ଶରତ କୁମାର ଦେହୁରୀ । ଏହି ମାମଲା କୁ ସରକାରୀ ଓକିଲ ଅଲିପ କୁମାର ନାୟକ ପରିଚାଳନା କରିଛନ୍ତି ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ମା_ବିରଜା_ଙ୍କ_ରଥଯାତ୍ରା_ପାଇଁ_ପ୍ରସ୍ତୁତି nis:value=ମା_ବିରଜା_ଙ୍କ_ରଥଯାତ୍ରା_ପାଇଁ_ପ୍ରସ୍ତୁତି nis:enabled=true nis:link/> 
ଯାଜପୁର ର ଅଧିଷ୍ଠାତ୍ରୀ ଦେବି ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜା ଓ ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଡିଜେ ଓ ଉଚ୍ଚଶବ୍ଦ ସାଉଣ୍ଡ ସିଷ୍ଟମ୍‌ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା ପାଳନ ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ। ପୂଜା ସମୟରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ସହରର ମୁଖ୍ୟ ରାସ୍ତା ଓ ଗଳିରାସ୍ତାଗୁଡ଼ିକର ଖାଲଖମା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାସ୍ତାକୁ ଓହଳି ରହିଥିବା ଏବଂ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସୁଥିବା ଗଛର ଡାଳଗୁଡ଼ିକୁ ଛେଦନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଶାରଦୀୟ ଉତ୍ସବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପରିବେଶରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ପୂଜା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ,ମନ୍ଦିରର ବରିଷ୍ଠ ସେବାୟତ, ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।
<nis:link nis:type=tag nis:id=birajatemple nis:value=BirajaTemple nis:enabled=true nis:link/> <nis:link nis:type=tag nis:id=birajakhetra nis:value=birajakhetra nis:enabled=true nis:link/> <nis:link nis:type=tag nis:id=birajarathayatra nis:value=birajarathayatra nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଏସଆଇଆର_ପ୍ରକ୍ରିୟା_ପରେ_ପ୍ରକାଶ_ପାଇଲା_ଯାଜପୁଲ୍ଲାର_ଚୂଡାନ୍ତ_ଭୋଟର_ତାଲିକା nis:value=ଏସଆଇଆର_ପ୍ରକ୍ରିୟା_ପରେ_ପ୍ରକାଶ_ପାଇଲା_ଯାଜପୁଲ୍ଲାର_ଚୂଡାନ୍ତ_ଭୋଟର_ତାଲିକା nis:enabled=true nis:link/>
ଏସଆଇଆର ପ୍ରକ୍ରିୟା ପରେ ପ୍ରକାଶ ପାଇଲା ଯାଜପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା। ଏସଆଇଆର ମାଧ୍ୟମରେ ଯାଜପୁର ଜିଲ୍ଲାରେ ବାଦ ପଡିଛନ୍ତି ୧ଲକ୍ଷ ୬ ହଜାର ୩୧୩ ଭୋଟର। ଚୂଡାନ୍ତ ଭୋଟର ତାଲିକାରେ ୧୪ଲକ୍ଷ ୪୩ହଜାର ୬୪୫ ଜଣ ଭୋଟରଙ୍କର ନାମ ରହିଥିବା ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଚୂଡାନ୍ତ ଭୋଟର ତାଲିକା ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=sir nis:value=SIR nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଦୁଷ୍କର୍ମକାରୀ_ଧୋକେବାଜ_ପ୍ରେମିକଙ୍କୁ_୨୦ବର୍ଷ_କାରାଦଣ୍ଡାଦେଶ_ପାଇଁ_ନିର୍ଦ୍ଦେଶ nis:value=ଦୁଷ୍କର୍ମକାରୀ_ଧୋକେବାଜ_ପ୍ରେମିକଙ୍କୁ_୨୦ବର୍ଷ_କାରାଦଣ୍ଡାଦେଶ_ପାଇଁ_ନିର୍ଦ୍ଦେଶ nis:enabled=true nis:link/>
ଜେଲ ଗଲା ଧୋକେବାଜ ପ୍ରେମିକ । ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ କରୁଥିଲା ରାସଲୀଳା। ୧୭ ବର୍ଷୀୟ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ । ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପ୍ରେମିକଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗ୍ରାମର ସେକ କରିମଙ୍କ ପୁଅ ସେକ ହଲିମ। ୨୦୨୫ ମସିହା ସଦର ଥାନା ଅଞ୍ଚଳର ୧୭ ବର୍ଷୀୟ ନାବାଳିକା ଝିଅକୁ ପ୍ରେମଜାଲ ରେ ଫଶାଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ । ମନ ବୁଝିଗଲା ପରେ ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ ଅଭିଯୁକ୍ତ ପ୍ରେମିକ । ଏ ନେଇ ପିଡିତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଯାଜପୁର ସଦରରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ସେକ ହଲିମ ଙ୍କୁ ପୋଲିସ ପୋକ୍ସୋ ଧାରା  ୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୧୭ଜଣ ସାକ୍ଷ ପ୍ରମାଣ ଓ ୧୩ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଳାସ ସେନାପତି ।  ଏହି ମାମଲା କୁ ସରକାରୀ ଓକିଲ ପ୍ରତାପ କୁମାର ରାୟ ପରିଚାଳନା କରିଛନ୍ତି। 
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ଦଶରଥପୁର_ବ୍ଲକ_ବନ୍ୟା_ବିପନ୍ନ_ମାନଙ୍କୁ_ପର୍ଯ୍ୟାପ୍ତ_ସହାୟତା_ପ୍ରଦାନ_ପାଇଁ_ଦାବି nis:value=ଯାଜପୁର_ଦଶରଥପୁର_ବ୍ଲକ_ବନ୍ୟା_ବିପନ୍ନ_ମାନଙ୍କୁ_ପର୍ଯ୍ୟାପ୍ତ_ସହାୟତା_ପ୍ରଦାନ_ପାଇଁ_ଦାବି nis:enabled=true nis:link/>
ଦଶରଥପୁର ବ୍ଲକ ର ତରପଦା, କସପା, ଛଛିଣା, ମଲ୍ଲିକାପୁର ଓ ଦଶରଥପୁର ପଞ୍ଚାୟତ ସମିତି ର ମୋଟ ୧୯ ଗୋଟି ପଞ୍ଚାୟତ, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ସଂସ୍ଥା ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଅଞ୍ଚଳ କୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିପନ୍ନ ଙ୍କ ଦୁଃଖ ଦୂର ହୋଇପାରିନି। ଏହାର ପ୍ରତିବାଦ କରି ଆଜି ବନ୍ୟା ବିପନ୍ନ ମାନଙ୍କ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଭଲ ଭାବେ ତୁରନ୍ତ ଘାଇ ବନ୍ଦ କରିବା, ଘର ଭଙ୍ଗା ତଦନ୍ତ କରି ସହାୟତା ପ୍ରଦାନ କରିବା,କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ମାନଙ୍କର କ୍ଷୟକ୍ଷତି ପ୍ରଦାନ କରିବା,ବିଭିନ୍ନ ରାସ୍ତା ମରାମତି କରିବା ଆଦି ଦାବି ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଦାବି ପୂରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

<nis:link nis:type=tag nis:id=ଯାଜପୁରରେ_ଜାତୀୟ_ସ୍ୱେଚ୍ଛାକୃତ_ରକ୍ତଦାନ_ଦିବସ_ପାଳିତ nis:value=ଯାଜପୁରରେ_ଜାତୀୟ_ସ୍ୱେଚ୍ଛାକୃତ_ରକ୍ତଦାନ_ଦିବସ_ପାଳିତ nis:enabled=true nis:link/>
ଯାଜପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ରକ୍ତ ଭଣ୍ଡାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ର ଅଡିଟୋରିୟମ୍‌ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ନଗେନ୍ଦ୍ର ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍‌ ତଥା ପ୍ରିନ୍ସିପାଲ ପ୍ରଫେସର ଜମି ସାଗର ପୃଷ୍ଟି, ଡାକ୍ତର ମନୋଜ କୁମାର ସେନାପତି ସମେତ ବ୍ଲଡ୍ ସେଣ୍ଟରର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ସମାଜରୁ ରକ୍ତ ର ସଙ୍କଟ ଦୂର କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅଵସରରେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିବା ଶତାଧିକ ସ୍ବେଚ୍ଛାସେବୀ ସଙ୍ଗଠନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଙ୍କୁ ଉପସ୍ଥିତ ଅତିଥି ମାନେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବାକୁ ଉତ୍ସାହିତ କରିଥିଲେ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ମା_ବିରଜା_ଙ୍କ_ବନଜାଗ_ଯାତ୍ରା nis:value=ମା_ବିରଜା_ଙ୍କ_ବନଜାଗ_ଯାତ୍ରା nis:enabled=true nis:link/> 
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଈ ସାରଣୀ ଲେଖା ସହ ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ୱରେ ବଳି ମଣ୍ଡପ ରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜା ପରେ ଦେବୀ ଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ନହରପଦା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ବାଡ଼ିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ପୁରୋଧା କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରିଥିଲେ । ଏହି ଅବସରରେ ପୂଜକ, ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗ ର ସେବାୟତ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=ମାବିରଜା nis:value=ମାବିରଜା nis:enabled=true nis:link/> <nis:link nis:type=tag nis:id=birajakhetra nis:value=birajakhetra nis:enabled=true nis:link/> <nis:link nis:type=tag nis:id=birajatemple nis:value=BirajaTemple nis:enabled=true nis:link/> <nis:link nis:type=tag nis:id=birajarathyatra nis:value=Birajarathyatra nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ରେ_ବିଜୁ_ଜନତା_ଦଳ_ର_ପଦଯାତ୍ରା_ଶୁଭାରମ୍ଭ nis:value=ଯାଜପୁର_ରେ_ବିଜୁ_ଜନତା_ଦଳ_ର_ପଦଯାତ୍ରା_ଶୁଭାରମ୍ଭ nis:enabled=true nis:link/> 
ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା । ସେହି କ୍ରମରେ ଆଜି ଯାଜପୁର ସଦରମହକୁମାରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ବରେ ଯାଜପୁର ପୌରପାଳିକା ଅନ୍ତର୍ଗତ କୁସୁମା ପଡିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବା କୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବରିଷ୍ଠ ବିଜେଡି ନେତା କର୍ଣାଟ କେଶରୀ ଦାସ, ଯାଜପୁର ପୌରପାଳିକାର ଅଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ ମଲ୍ଲିକ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ଵାଳ, ବିଚିତ୍ରପୁର ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ସମେତ ବହୁ ନେତା ଏହି ପଦଯାତ୍ରା ରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧ ରେ ସ୍ଵର ଉତ୍ତୋଳନ କରିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ସହର ପରିକ୍ରମା କରିବା ରେ ଗାନ୍ଧୀ ଛକରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଶେଷ ହୋଇଥିଲା।   ଏହି କାର୍ଯ୍ୟକ୍ରମ ରେ ଯାଜପୁର ପୌରପାଳିକା ଓ ବ୍ଲକ ର  ହଜାର ହଜାର ସଂଖ୍ୟକ କର୍ମୀ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=pranabprakashdas nis:value=pranabprakashdas nis:enabled=true nis:link/> <nis:link nis:type=tag nis:id=bobbydas nis:value=BobbyDas nis:enabled=true nis:link/> <nis:link nis:type=tag nis:id=bjdjajpur nis:value=bjdjajpur nis:enabled=true nis:link/> <nis:link nis:type=tag nis:id=naveenpatnaik nis:value=NaveenPatnaik nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ମା_ବିରଜା_କ୍ଷେତ୍ର_ନାଭିଗୟା_ରେ_ପିତୃପୁରୁଷଙ୍କୁ_ପିଣ୍ଡଦାନ nis:value=ମା_ବିରଜା_କ୍ଷେତ୍ର_ନାଭିଗୟା_ରେ_ପିତୃପୁରୁଷଙ୍କୁ_ପିଣ୍ଡଦାନ nis:enabled=true nis:link/> 
ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ  ପିଣ୍ଡଦାନ । ପ୍ରତିପ୍ରଦ ଠାରୁ  ମହାଳୟା ପର୍ଯ୍ୟନ୍ତ  ଦୀର୍ଘ ୧୫  ଦିନ ଧରି ନାଭିଗୟା ରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଏହି ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠ ରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ ଦୂରଦୂରାନ୍ତରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି l ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 
<nis:link nis:type=tag nis:id=ବିରଜା nis:value=ବିରଜା nis:enabled=true nis:link/> <nis:link nis:type=tag nis:id=birajatemple nis:value=BirajaTemple nis:enabled=true nis:link/> <nis:link nis:type=tag nis:id=jajpurbiraja nis:value=jajpurbiraja nis:enabled=true nis:link/> <nis:link nis:type=tag nis:id=maabirajatemple nis:value=MaaBirajaTemple nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଲଘୁଚାପଜନିତ_ଅବିଶ୍ରାନ୍ତ_ବର୍ଷା_ଯୋଗୁ_ଭାଙ୍ଗିଲା_ଘରର_କାନ୍ଥ nis:value=ଲଘୁଚାପଜନିତ_ଅବିଶ୍ରାନ୍ତ_ବର୍ଷା_ଯୋଗୁ_ଭାଙ୍ଗିଲା_ଘରର_କାନ୍ଥ nis:enabled=true nis:link/>
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=AeiOdisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁରରେ_ରାଜ୍ୟସ୍ତରୀୟ_ପାଲା_ଓ_ଦାସକାଠିଆ_ମହୋତ୍ସବ_୨୦୨୬_ଉଦ୍‌ଘାଟିତ nis:value=ଯାଜପୁରରେ_ରାଜ୍ୟସ୍ତରୀୟ_ପାଲା_ଓ_ଦାସକାଠିଆ_ମହୋତ୍ସବ_୨୦୨୬_ଉଦ୍‌ଘାଟିତ nis:enabled=true nis:link/>
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ 'ପୁଣ୍ୟ ଉତ୍କଳ'ର ମିଳିତ ସହଯୋଗରେ  ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ 'ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬' ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଗୌତମ ରାୟ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ତଥା ଲୋକକଳାର ସଂରକ୍ଷଣ ଦିଗରେ ଏଭଳି ମହୋତ୍ସବର ଆୟୋଜନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯାଜପୁର ହେଉଛି କଳା ଓ ସଂସ୍କୃତିର ଏକ ପ୍ରାଚୀନ ପୀଠ ବୋଲି ମତପ୍ରକାଶ କରିଥିଲେ। ଏହି ମଞ୍ଚରେ ଉପସ୍ଥିତ ଥିବା ଯାଜପୁରର ବିଶିଷ୍ଟ  ଶିକ୍ଷାବିତ୍  ପଣ୍ଡିତ ଭୂପତି ଭୂଷଣ ମିଶ୍ର, ହରିଶ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ , ବିଶିଷ୍ଟ ଶିକ୍ଷାବିତ୍ ଡ. ଦାମୋଦର ବେହେରା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ମହୋତ୍ସବରେ ପ୍ରଥମ ଦୁଇ ଦିନ ଦାସକାଠିଆ ଏବଂ ପରବର୍ତ୍ତୀ ତିନି ଦିନ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
<nis:link nis:type=tag nis:id=jajpurnews nis:value=Jajpurnews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ରେ_ଇଣ୍ଡିମେଣ୍ଟ_ପକ୍ଷରୁ_ଓଡ଼ିଶା_ବନ୍ଦ_ଡାକରା nis:value=ଯାଜପୁର_ରେ_ଇଣ୍ଡିମେଣ୍ଟ_ପକ୍ଷରୁ_ଓଡ଼ିଶା_ବନ୍ଦ_ଡାକରା nis:enabled=true nis:link/> । 
ଭୋଟ ବଞ୍ଚାଅ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ନାରା ଦେଇ ଆଜି ଇଣ୍ଡିମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନିର୍ବାଚନ କମିଶନର ଙ୍କ କାର୍ଯ୍ୟକଳାପ କୁ ବିରୋଧ କରି ଇଣ୍ଡିଆ ବ୍ଲକର ଡାକରାରେ ଯାଜପୁର ସଦର ମହକୁମାରେ ଓଡ଼ିଶା ବନ୍ଦ ପାଳନ କରାଯାଇଛି । କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ମନୋଜ ରାଉତଙ୍କ ତତ୍ବାବଧାନ ରେ ସିପିଆଇ, ସିପିଆଇଏମ, ଏସୟୁସିଆଇ ର ବହୁ ନେତା ଓ କର୍ମୀ ସାମିଲ ହୋଇ ଡବଲ ଇଞ୍ଜିନ ସରକାରଙ୍କ ଉପରେ ଗର୍ଜିବା ସହ ଓଡିଶା ବନ୍ଦ କରାଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରାଯାଇଛି। ବ୍ୟବସୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବସ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ଏମଏମଡିଆର ଆଇନ ରଦ୍ଦ,ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର ଓ ବନ୍ୟା ବିପନଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରି ଏହି ଓଡ଼ିଶା ବନ୍ଦ କରାଯାଇଛି।
<nis:link nis:type=tag nis:id=indiancongress nis:value=indiancongress nis:enabled=true nis:link/> <nis:link nis:type=tag nis:id=odishacongress nis:value=OdishaCongress nis:enabled=true nis:link/> <nis:link nis:type=tag nis:id=strike nis:value=strike nis:enabled=true nis:link/> <nis:link nis:type=tag nis:id=jajpuradministration nis:value=jajpuradministration nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ନରସିଂହ_ଚୌଧୁରୀ_ସ୍ୱୟଂ_ଶାସିତ_ମହାବିଦ୍ୟାଳୟ_ରେ_ପ୍ରାକ୍_ନିର୍ବାଚନୀ_ହିଂସା nis:value=ଯାଜପୁର_ନରସିଂହ_ଚୌଧୁରୀ_ସ୍ୱୟଂ_ଶାସିତ_ମହାବିଦ୍ୟାଳୟ_ରେ_ପ୍ରାକ୍_ନିର୍ବାଚନୀ_ହିଂସା nis:enabled=true nis:link/>
ପୂର୍ବରୁ କଲେଜ୍ ପରିସରରେ  ଅଣଛାତ୍ର ପ୍ରବେଶ କରି ଗଣ୍ଡ ଗୋଳ କରିଥିବା କୁ ନେଇ ଛାତ୍ର ଛାତ୍ରୀ ମାନେ କଲେଜ୍ ଅଧ୍ୟକ୍ଷ ଙ୍କୁ ଜଣାଇଥିବା ବେଳେ କୌଣସି ସମସ୍ୟା ର ସମାଧାନ ହୋଇ ନଥିଲା । ଏହାକୁ ନେଇ ଆଜି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟରେ ହୋହାଲ୍ଲା କରିବା ସହ ଦୀର୍ଘ ଘଣ୍ଟା ଧରି ମହାବିଦ୍ୟାଳୟରେ ମୁଖ୍ୟ ଗେଟ କୁ ତାଲା ପକାଇ ରଖିଥିଲେ।ସେପଟରେ କିଛି ଛାତ୍ର ଛାତ୍ରୀ କହିବା କଥା ନିର୍ବାଚନ ପୂର୍ବରୁ ଯଦି ଏପରି ଘଟଣା ଘଟୁଛି । ତେବେ ନିର୍ବାଚନ ପରେ କଣ ହେବ । ତେଣୁ ନିର୍ବାଚନ ହେବା ଭଲ । ଏହା ଆମର ମୌଳିକ ଅଧିକାର । ହେଲେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ୍ କରାଯାଉ ବୋଲି କହିଛନ୍ତି କଲେଜ୍ ଛାତ୍ରୀ। ଅନ୍ୟପଟେ ଏ ସମ୍ପର୍କ ରେ ଆମେ ସ୍ଥାନୀୟ ପୋଲିସ କୁ ଜଣାଇଛୁ ତେବେ ପରିସ୍ଥିତ ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ।
<nis:link nis:type=tag nis:id=nc_college nis:value=nc_college nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=narasingha_choudhury_mahavidyalaya nis:value=narasingha_choudhury_mahavidyalaya nis:enabled=true nis:link/>