#ଯାଜପୁର_ସହରରେ_ପୂଜା_ମଣ୍ଡପ_ବୁଲିଲେ_ବିଜେଡିର_ରାଜ୍ୟ_ଉପସଭାପତି_ବବି_ଦାସ
ଯାଜପୁରର ଗଣପର୍ବ କାଳୀପୂଜା ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ପୂଜା ଯାଜପୁର ସହର । ଯାଜପୁର ସହରରେ ୪୪ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । ସୁନ୍ଦର ଆଲୋକମାଳା ଓ ସୁସଜ୍ଜିତ ତୋରଣରେ ନବ ବଧୁ ପରି ସଜେଇ ହୋଇଛି ପୁରା ସହର । ଏହି ପରିପ୍ରକ୍ଷୀ ରେ ସହର ର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର ମଜା ଉଠାଇଥିଲେ ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ଓରଫ ବବି । ବସଷ୍ଟାଣ୍ଡ, ହାବେଳି ବଜାର, ବଡ ବଜାର, ହରପାର୍ବତୀ ଛକ, ମାର୍କେଟ ଛକ ଆଦି ପୂଜା ମଣ୍ଡପକୁ ଯାଇ ମା କାଳୀ ଓ ଲକ୍ଷ୍ମୀନାରାୟଣ ଙ୍କ ଦର୍ଶନ କରିବା ସହିତ ପୂଜା କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ପୂଜା ମଣ୍ଡପରେ ବବି ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରାଯାଇଥିଲା।
#jajpurkalipuja #pranabprakashdas #bjd #bjdjajpur #JajpurNews #jajpurkhabar #Aeiodisha
Bhubaneswar M Corp, Khordha | Nov 16, 2026