ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବୁଧବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସମ୍ବାଦ ପ୍ରତିନିଧି ହରମୋହନ ପଟେଲ୍ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ ରକ୍ତଦାନ ଶିବିର ରେ ମୋଟ୍ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ କଙ୍ଗ୍ରେସ ନେତା କେଦାରନାଥ ବରିହା, ନାଏବ ସରପଞ୍ଚ ମୁକେଶ୍ ନାଏକ, ଫାଶୀମାଲ ସିଏଚସି ଅଧୀକ୍ଷକ ଡାକ୍ତର ହରିଶ୍ଚନ୍ଦ୍ର ବାଘ ଓ ସାମ୍ବାଦିକ ରାଜେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟା ୫ ଟାରେ ଶିବିର ସମାପନ ହୋଇଥିଲା।