ସେବତୀ ଭୋଇଙ୍କ ସଫଳତାର କାହାଣୀ: ଦାଦନ ଦୁଃଖରୁ ସ୍ୱାବଲମ୍ବୀ
ବୌଦ୍ଧ ବ୍ଲକ୍ କାସଲପୁର ଗ୍ରାମର ସେବତୀ ଭୋଇ ଦିନେ ଆର୍ଥିକ ଅନାଟନ ଯୋଗୁଁ ପୁଅକୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଠାଇବାକୁ ବାଧ୍ୟ ହୋଇଥିଲେ। ମାତ୍ର, ଉଦ୍ୟାନ କୃଷି ବିଭାଗର MIDH ଯୋଜନା ଓ ‘ମସରୁମ୍ ମିସନ୍’ ସହାୟତାରେ ଛତୁ ଚାଷ ୟୁନିଟ୍ ସ୍ଥାପନ କରି ସେ ଆଜି ନିଜ ମାଟିରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି।
ବର୍ଷସାରା ଚାଷ: ଖରା ଓ ବର୍ଷା ଦିନେ ପାଳ ଛତୁ ଏବଂ ଶୀତ ଦିନେ ଧିଙ୍ଗରି ଓ ବଟମ୍ ଛତୁ ଚାଷ।
ବାର୍ଷିକ ଆୟ: ସବୁ ଖର୍ଚ୍ଚ କାଟି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କାର ନିଟ୍ ଲାଭ।
ସାମାଜିକ ପ୍ରଭାବ: ପରିବାର ଆତ୍ମନିର୍ଭରଶୀଳ ହେବା ସହ ପୁଅର ଦାଦନ ଯାତ୍ରାରେ ଅନ୍ତ ଘଟିଛି।
ଏହି ସଫଳତା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଦ୍ୟାନ କୃଷି ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ସେବତୀଙ୍କ ନିଷ୍ଠା ଆଜି ସ୍ୱାବଲମ୍ବୀ ଓଡ଼ିଶାର ଏକ ପ୍ରେରଣାଦାୟୀ ଉଦାହରଣ।
#ସେବତୀଭୋଇ #Boudh #SuccessStory #WomenEntrepreneur #MushroomCultivation #Horticulture #SelfReliantOdisha #ଆତ୍ମନିର୍ଭରଓଡ଼ିଶା