ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଉଦ୍ଯାପିତ ହେଲା ତିନିଦିନିଆ 'ଆଙ୍ଗନ୍ କା ଉତ୍ସବ'
ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ତିନିଦିନ ବ୍ୟାପୀ ଚାଲିଥିବା 'ଆଙ୍ଗନ୍ କା ଉତ୍ସବ' ଆନନ୍ଦ-ଉଲ୍ଲାସ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କର୍ମୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ପରିଚାଳନାରେ ସମ୍ପନ୍ନ ହୋଇଥିଲା। ଏଥିରେ ସିଡିପିଓ (CDPO) ୟାହିଦା ବେଗମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ବିକାଶ ଓ ମାତୃ ମଙ୍ଗଳ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।
ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ଆଖିଆଗରେ ରଖି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା ଏବଂ ସଚେତନତା ମୂଳକ ସଭାର ଆୟୋଜନ କରାଯାଇଥିଲା। କୋମଳମତି ଶିଶୁ ଓ ସ୍ଥାନୀୟ ମା'ମାନଙ୍କର ସକ୍ରିୟ ଭାଗଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ ଓ ଆକର୍ଷଣୀୟ କରିତୋଳିଥିଲା।
ସ୍ଥାନୀୟ ଅବିଭାବକ, ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି 'ଆଙ୍ଗନ୍ କା ଉତ୍ସବ' ବେଶ୍ ସଫଳତାର ସହ ସାଙ୍ଗ ହୋଇଛି।
#BoudhNews #AnganKaUtsav #Anganwadi #ChildDevelopment #BoudhBlock #OdishaNews #communityevents