ବୋଇଙ୍ଗ ସୁକନ୍ୟା STEM ଲ୍ୟାବ, ଏରୋମୋଡ଼େଲିଙ୍ଗ ଓ AI ଲ୍ୟାବକୁ ଉଦଘାଟନ କଲେ ରାଜ୍ୟପାଳ। ଅତାବିରା ବ୍ଲକ ନୂଆ ଖଇରପାଲି ସ୍ଥିତ ଦି କୋଶଳ ସ୍କୁଲର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଜ୍ଞାନକୌଶାଳ ପାଇଁ ଆରମ୍ଭ ହୋଇଥିବା ବୋଇଙ୍ଗ ସୁକନ୍ୟା stem ଲାବ ଏରୋମୋଦେଲିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଓ AI ଲାବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭାମ୍ପତି ଉଦଘାଟନ କରିଛନ୍ତି। ଆୟୋଜିତ ସଭାରେ ସ୍କୁଲ ଅଧ୍ୟକ୍ଷ ଜି ମୁରଳୀକୃଷ୍ଣ ସଭାପତିତ୍ୱ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ସ୍କୁଲ ନିର୍ଧେଶକ ନଳିନୀ ପଟ୍ଟାୟାନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।