ଦୁଲମପୁର–ତାଲପଦରଟିକ୍ରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ଦିଗରେ ପଦକ୍ଷେପ
ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଦୁଲମପୁରରୁ ତାଲପଦରଟିକ୍ରା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଓ ସେତୁ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାର ବାଟ ଖୋଲିଛି ଦୁଲମପୁର–ତାଲପଦର ରାସ୍ତାର ପ୍ରାୟ ୦.୭୦୦ କି.ମି. ଅଂଶ ଏବଂ ନାଳ ଉପରେ ସେତୁ ନିର୍ମାଣ ସମ୍ପର୍କିତ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଏହା ଦ୍ୱାରା ଗମନାଗମନରେ ସୁବିଧା ହେବା ସହ ଅଞ୍ଚଳର ଲୋକଙ୍କ ଯାତାୟାତ, କୃଷି ଓ ଦୈନନ୍ଦିନ କାର୍ଯ୍ୟରେ ସୁବିଧା ମିଳିବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ପୂଜାର୍ଚନା ପରେ ଶିଳାନ୍ୟାଶ କରିଥିଲେ