ଗୋଡ଼ଭଗାରେ ସ୍ୱଚ୍ଛ ଭାରତ ଅଭିଯାନ, ସଫେଇ କାର୍ଯ୍ୟରେ ସାମିଲ ହେଲେ ମହିଳା ଓ ସ୍ୱେଚ୍ଛାସେବୀ
ଗୋଡ଼ଭଗା ୧୦ ଅକ୍ଟୋବର: ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ଗୋଡ଼ଭଗା ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ଗୋଡ଼ଭଗା ଜଗନ୍ନାଥ ମନ୍ଦିର କମିଟି, କଳାମାଟି ପଞ୍ଚାୟତ ଏବଂ ସ୍ପନ୍ଦନ ପରିବାରର ମିଳିତ ଉଦ୍ୟମରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି ଅଭିଯାନରେ ମହିଳା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ରାସ୍ତାଘାଟର ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ହାତରେ ଝାଡ଼ୁ ଧରି ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ନିଜ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।
ସ୍ୱଚ୍ଛ ପରିବେଶ ଏକ ସୁସ୍ଥ ସମାଜର ପରିଚୟ। ରାସ୍ତାଘାଟରେ ଅଳିଆ ଆବର୍ଜନା ନ ପକାଇବା, ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ନିଜ ଆଖପାଖ ପରିବେଶକୁ ସଫା ରଖିବା ଦିଗରେ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ଏହି ଅଭିଯାନର ବାର୍ତ୍ତା ରହିଥିଲା।