Public App Logo
Profile Picture

Godbhaganews

@godbhaganews
193Followers
0Following
ଅତାବିରା ନିର୍ବାଚନ ମଣ୍ଡଳୀ ପାହାଡ଼ଶ୍ରୀଗୀଡାରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ଅଧ୍ୟକ୍ଷତାରେ ଜନ ସମ୍ପର୍କ ପଦଯାତ୍ରା
ଅତାବିରାରେ ବାଜିମାତ୍ କଲା ABVP 
ବରଗଡ ଜିଲ୍ଲାର ଅତାବିରା ଓ ଲରମ୍ଭା କଲେଜରେ  ନିଜ ସଂଗଠନ ଓ ଶକ୍ତି ଦେଖାଇଛି ଏବିଭିପି । ଆଉ ଏ ସବୁଥିର ଶ୍ରେୟ ଅତାବିରା ବିଧାୟକ ନିହାର ମହାନନ୍ଦ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।   ଗତକାଲି ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ଓ ଫଳାଫଳ ମଧ୍ୟ ସାମ୍ନା କୁ ଆସିଥିଲା । କିନ୍ତୁ ବରଗଡ ଜିଲ୍ଲାରେ ଥିବା ନାଁ କରା କଲେଜ୍ ଗୁଡିକରେ BCJD ର ସଭାପତି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ କେବଳ ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା କଲେଜ୍, ଲରମ୍ଭା କଲେଜ୍ ରେ ନିର୍ବାଚନ ଲଢ଼ି ବିରାଟ ବିଜୟୀ ହୋଇଛି ଏବିଭିପି । ଖାଲି ଏତିକି ନୁହେଁ ଚିଚିଣ୍ଡା କଲେଜ୍ ଓ ରେମଣ୍ଡା କଲେଜ୍ ରେ ମଧ୍ୟ ଏବିଭିପିର ପ୍ରାର୍ଥୀ ମାନେ UNCONTEST ରେ ବିଜୟ ଲାଭ କରିଛନ୍ତି । ତେବେ ବିଜୟ ଲାଭ ପରେ ଅତାବିରା ବିଧାୟକ ନିହାର ମହାନନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମିଳିମିଶି କଲେଜ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବାକୁ ସେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିବା ଅତାବିରା କଲେଜ ଓ ଲରମ୍ଭା କଲେଜର ବିଜୟୀ ଛାତ୍ର ସଭାପତି କହିଛନ୍ତି ।
ଶାରଦୀୟ ଦୁର୍ଗାପୂଜା ଗୋଡଭଗା DAY-2
ଅତାବିରାରେ ତିହାର ଲୋକ ମହୋତ୍ସବ
ଶାରଦୀୟ ଦୁର୍ଗାପୂଜା ଅବସରରେ ଅତାବିରାଠାରେ ଆୟୋଜିତ ତିହାର ଲୋକ ମହୋତ୍ସବରେ ଆକର୍ଷଣୀୟ ମଞ୍ଚ ସାଜସଜ୍ଜା ଓ ସାଂସ୍କୃତିକ ପରିବେଶ ଏହି ଉତ୍ସବର ଆକର୍ଷଣ ପାଲଟିଥିଲ
ଶାରଦୀୟ ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କ ଦର୍ଶନ କଲେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ
ଅତାବିରା : ଶାରଦୀୟ ଦୁର୍ଗାପୂଜା ଅବସରରେ ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମା’ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି।
ପବିତ୍ର ଦୁର୍ଗାପୂଜା ଅବସରରେ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିଛନ୍ତି।ଏହି ଅବସରରେ ଦୁର୍ଗାପୂଜାର ଧାର୍ମିକ ମହତ୍ତ୍ୱ ଓ ଅଞ୍ଚଳରେ ଭକ୍ତିମୟ ପରିବେଶ ବିଶେଷ ଆକର୍ଷଣ ସାଜିଛି।
ସାର୍ବଜନୀନ ଦୁର୍ଗାପୂଜା ଗୋଡ଼ଭଗା DAY-1
ଅତାବିରା ବ୍ଲକ କୁମେଲସିଂହା ମା ଦୁର୍ଗା ମନ୍ଦିରରେ ତେଲୁଗୁ ସାମ୍ପ୍ରଦାୟର ମା ଭବାନୀ ପୂଜା
ଆସୁଛନ୍ତି ମହାମହିମ ରାଜ୍ୟପାଳ //ଷଷ୍ଠ ଶ୍ରେଣୀରୁ ପିଲା ପଢେବେ ପାଇଲଟ ପାଠ୍ୟକ୍ରମ //ଏରୋପ୍ଲେନ ପାର୍ଟ୍ସ
ବୋଇଙ୍ଗ ସୁକନ୍ୟା STEM ଲ୍ୟାବ, ଏରୋମୋଡ଼େଲିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଓ AI ଲ୍ୟାବକୁ ଉଦଘାଟନ କଲେ ରାଜ୍ୟପାଳ। ଅତାବିରା ବ୍ଲକ ନୂଆ ଖଇରପାଲି ସ୍ଥିତ ଦି କୋଶଳ ସ୍କୁଲର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଜ୍ଞାନକୌଶାଳ ପାଇଁ ଆରମ୍ଭ ହୋଇଥିବା ବୋଇଙ୍ଗ ସୁକନ୍ୟା stem ଲାବ ଏରୋମୋଦେଲିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଓ AI ଲାବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭାମ୍ପତି ଉଦଘାଟନ କରିଛନ୍ତି। ଆୟୋଜିତ ସଭାରେ ସ୍କୁଲ ଅଧ୍ୟକ୍ଷ ଜି ମୁରଳୀକୃଷ୍ଣ ସଭାପତିତ୍ୱ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ସ୍କୁଲ ନିର୍ଧେଶକ ନଳିନୀ ପଟ୍ଟାୟାନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସାର୍ବଜନୀନ ଦୁର୍ଗାପୂଜା ଗୋଡ଼ଭଗା //ବେଲ୍ୱବରଣ
ଭେଡେନ ଆଞ୍ଚଳିକ କିଷାନ କଲେଜରେ BCJD ବିଜୟୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ
ଭେଡେନ: ଭେଡେନ ଆଞ୍ଚଳିକ କିଷାନ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜୁ ଛାତ୍ର ଜନତା ଦଳ (BCJD)ର ଛାତ୍ରଛାତ୍ରୀଙ୍କୁ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।
ନିର୍ବାଚନରେ ବିଜୟ ହାସଲ କରିଥିବା ଛାତ୍ରଛାତ୍ରୀମାନେ ତାଙ୍କୁ ସାକ୍ଷାତ କରିଥିବା ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଯାଇଥିଲେ। ଏହି ବିଜୟ କଲେଜର ଛାତ୍ର ରାଜନୀତିରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଭୂମିକାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।
ଓଡ଼ିଶାରେ ୨୦୨୬ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ କଲେଜରେ BCJD ସମେତ ଅନ୍ୟ ଛାତ୍ର ସଂଗଠନର ପ୍ରାର୍ଥୀମାନେ ମଧ୍ୟ ବିଜୟୀ ହୋଇଛନ୍ତି।
ଅତାବିରାରେ ବାଜିମାତ୍ କଲା ABVP 
ବରଗଡ ଜିଲ୍ଲାର ଅତାବିରା ଓ ଲରମ୍ଭା କଲେଜରେ  ନିଜ ସଂଗଠନ ଓ ଶକ୍ତି ଦେଖାଇଛି ଏବିଭିପି । ଆଉ ଏ ସବୁଥିର ଶ୍ରେୟ ଅତାବିରା ବିଧାୟକ ନିହାର ମହାନନ୍ଦ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।   ଗତକାଲି ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ଓ ଫଳାଫଳ ମଧ୍ୟ ସାମ୍ନା କୁ ଆସିଥିଲା । କିନ୍ତୁ ବରଗଡ ଜିଲ୍ଲାରେ ଥିବା ନାଁ କରା କଲେଜ୍ ଗୁଡିକରେ BCJD ର ସଭାପତି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ କେବଳ ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା କଲେଜ୍, ଲରମ୍ଭା କଲେଜ୍ ରେ ନିର୍ବାଚନ ଲଢ଼ି ବିରାଟ ବିଜୟୀ ହୋଇଛି ଏବିଭିପି । ଖାଲି ଏତିକି ନୁହେଁ ଚିଚିଣ୍ଡା କଲେଜ୍ ଓ ରେମଣ୍ଡା କଲେଜ୍ ରେ ମଧ୍ୟ ଏବିଭିପିର ପ୍ରାର୍ଥୀ ମାନେ UNCONTEST ରେ ବିଜୟ ଲାଭ କରିଛନ୍ତି । ତେବେ ବିଜୟ ଲାଭ ପରେ ଅତାବିରା ବିଧାୟକ ନିହାର ମହାନନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମିଳିମିଶି କଲେଜ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ କାମ କରିବାକୁ ସେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିବା ଅତାବିରା କଲେଜ ଓ ଲରମ୍ଭା କଲେଜର ବିଜୟୀ ଛାତ୍ର ସଭାପତି କହିଛନ୍ତି ।
ଅତାବିରା ନିର୍ବାଚନ ମଣ୍ଡଳୀ ପାହାଡ଼ଶ୍ରୀଗୀଡାରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ଅଧ୍ୟକ୍ଷତାରେ ଜନ ସମ୍ପର୍କ ପଦଯାତ୍ରା
ଦୁଲମପୁର–ତାଲପଦରଟିକ୍ରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ଦିଗରେ ପଦକ୍ଷେପ
ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଦୁଲମପୁରରୁ ତାଲପଦରଟିକ୍ରା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଓ ସେତୁ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାର ବାଟ ଖୋଲିଛି ଦୁଲମପୁର–ତାଲପଦର ରାସ୍ତାର ପ୍ରାୟ ୦.୭୦୦ କି.ମି. ଅଂଶ ଏବଂ ନାଳ ଉପରେ ସେତୁ ନିର୍ମାଣ ସମ୍ପର୍କିତ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଏହା ଦ୍ୱାରା ଗମନାଗମନରେ ସୁବିଧା ହେବା ସହ ଅଞ୍ଚଳର ଲୋକଙ୍କ ଯାତାୟାତ, କୃଷି ଓ ଦୈନନ୍ଦିନ କାର୍ଯ୍ୟରେ ସୁବିଧା ମିଳିବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ପୂଜାର୍ଚନା ପରେ ଶିଳାନ୍ୟାଶ କରିଥିଲେ
ସମଲେଶ୍ୱରୀ କୃଷକ ସଂଗଠନ ଚକୁଳି ଗ୍ରାମପଞ୍ଚାୟତ ନୁଆଁଖାଇ ଭେଟଘାଟ ୨୦୨୬
ଅତାବିରାରେ କଂଗ୍ରେସର ବନ୍ଦ ପାଳନ
ଅତାବିରା: ସାର୍ବଜନୀନ ଦୁର୍ଗାପୂଜା କମିଟୀର ପ୍ରଶାସନିକ ବୈଠକ ଅନୁଷ୍ଠିତ
ବରଗଡ଼ ଜିଲ୍ଲା ଅତାବିରା ମା ଦୁର୍ଗା କଲ୍ୟାଣ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟୀ ପକ୍ଷରୁ ଦୁର୍ଗାପୂଜା ଆୟୋଜନ ସମ୍ପର୍କିତ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ କମିଟୀର ସଦସ୍ୟମାନେ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା, ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ଏଭଳି ବୈଠକର ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।
ଗୋଡ଼ଭଗାରେ ସ୍ୱଚ୍ଛ ଭାରତ ଅଭିଯାନ, ସଫେଇ କାର୍ଯ୍ୟରେ ସାମିଲ ହେଲେ ମହିଳା ଓ ସ୍ୱେଚ୍ଛାସେବୀ
ଗୋଡ଼ଭଗା ୧୦ ଅକ୍ଟୋବର: ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ଗୋଡ଼ଭଗା ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ଗୋଡ଼ଭଗା ଜଗନ୍ନାଥ ମନ୍ଦିର କମିଟି, କଳାମାଟି ପଞ୍ଚାୟତ ଏବଂ ସ୍ପନ୍ଦନ ପରିବାରର ମିଳିତ ଉଦ୍ୟମରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି ଅଭିଯାନରେ ମହିଳା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ରାସ୍ତାଘାଟର ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ହାତରେ ଝାଡ଼ୁ ଧରି ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ନିଜ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।
ସ୍ୱଚ୍ଛ ପରିବେଶ ଏକ ସୁସ୍ଥ ସମାଜର ପରିଚୟ। ରାସ୍ତାଘାଟରେ ଅଳିଆ ଆବର୍ଜନା ନ ପକାଇବା, ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ନିଜ ଆଖପାଖ ପରିବେଶକୁ ସଫା ରଖିବା ଦିଗରେ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ଏହି ଅଭିଯାନର ବାର୍ତ୍ତା ରହିଥିଲା।

Video 19
ବୋଇଙ୍ଗ ସୁକନ୍ୟା STEM ଲ୍ୟାବ, ଏରୋମୋଡ଼େଲିଙ୍ଗ ଓ AI ଲ୍ୟାବକୁ ଉଦଘାଟନ କଲେ ରାଜ୍ୟପାଳ। ଅତାବିରା ବ୍ଲକ ନୂଆ ଖଇରପାଲି ସ୍ଥିତ ଦି କୋଶଳ ସ୍କୁଲର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉନ୍ନତ ଜ୍ଞାନକୌଶାଳ ପାଇଁ ଆରମ୍ଭ ହୋଇଥିବା ବୋଇଙ୍ଗ ସୁକନ୍ୟା stem ଲାବ ଏରୋମୋଦେଲିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଓ AI ଲାବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭାମ୍ପତି ଉଦଘାଟନ କରିଛନ୍ତି। ଆୟୋଜିତ ସଭାରେ ସ୍କୁଲ ଅଧ୍ୟକ୍ଷ ଜି ମୁରଳୀକୃଷ୍ଣ ସଭାପତିତ୍ୱ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ସ୍କୁଲ ନିର୍ଧେଶକ ନଳିନୀ ପଟ୍ଟାୟାନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।