Public App Logo
Profile Picture

Godbhaganews

@godbhaganews
169Followers
0Following
ଅମସ୍ତଲାରେ ୩୦ତ'ମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୬ ଉଦଯାପିତ 
  ଚାମ୍ପିଅନରେ ମହାବୀର ଏଫ୍ ସି କୁଚିଣ୍ଡା 
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅମସ୍ତଲାରେ ୨୬ ଓ ୨୭ ସେପ୍ଟେମ୍ବର ଦୁଇଦିନ ଧରି ଲରମ୍ଭା କଲେଜ ଖେଳ ପଡିଆ ଠାରେ ୩୦ତ'ମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଅଛି |ଫାଇନାଲରେ ମହାବୀର ଏଫ୍‌ସି କୁଚିଣ୍ଡା ୧-୦ ଗୋଲରେ ଜୟ ଭାରତ ସ୍ପୋର୍ଟିଂ ବରଗଡ଼କୁ ପରାସ୍ତ କରି ଚାମ୍ପିଅନ ହୋଇଅଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଯଥା ବକ୍ସର (ବିହାର), ମହାବୀର ଏଫ୍‌ସି କୁଚିଣ୍ଡା, ବିଏଫ୍‌ସି କୁଚିଣ୍ଡା, ସମ୍ବଲପୁର ଏଫ୍‌ସି, ଜୟ ଭାରତ ସ୍ପୋର୍ଟିଂ ବରଗଡ଼, କୋରାପୁଟ ଏଫ୍‌ସି, ଗିରେଲଡୁଙ୍ଗ୍ରି ସୁନ୍ଦରଗଡ଼ ଓ ଖୋର୍ଧା ଏଫ୍‌ସି ଅଂଶଗ୍ରହଣ କରିଥିଲେ। ବିଭିନ୍ନ ରାଜ୍ୟ ସମେତ ବାହାର ଦେଶର ଖେଳାଳିମାନେ ମଧ୍ୟ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନରେ ବକ୍ସର, ମହାବୀର ଏଫ୍‌ସି କୁଚିଣ୍ଡା, ବିଏଫ୍‌ସି କୁଚିଣ୍ଡା ଓ ସମ୍ବଲପୁର ଏଫ୍‌ସି ମଧ୍ୟରୁ ମହାବୀର ଏଫ୍‌ସି କୁଚିଣ୍ଡା ବିଜୟୀ ହୋଇଥିଲା। ଦ୍ୱିତୀୟ ଦିନରେ  ଜୟ ଭାରତ ସ୍ପୋର୍ଟିଂ ବରଗଡ଼, କୋରାପୁଟ ଏଫ୍‌ସି, ଗିରେଲଡୁଙ୍ଗ୍ରି ସୁନ୍ଦରଗଡ଼ ଓ ଖୋର୍ଧା ଏଫ୍‌ସି ମଧ୍ୟରୁ ଜୟ ଭାରତ ସ୍ପୋର୍ଟିଂ ବରଗଡ଼ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା। ଟୁର୍ଣ୍ଣାମେଣ୍ଟକୁ ଲରମ୍ଭା କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଓ   କାଦୋବହାଲ ମଣ୍ଡଳ ବିଜେପି ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ସାଥୁଆ ଉଦ୍‌ଘାଟନ କରିଥିଲେ। ଚାମ୍ପିଅନ ଦଳକୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ରନର୍ସଅପ୍ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ଉଦଯାପନୀ  ସମାରୋହରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି, ଡ. ଅରୂପାନନ୍ଦ ସାହୁ, ବିଜେପି ଜିଲ୍ଳା ସଭାପତି,   ଶ୍ରୀ ନରେଶ ଶର୍ମା, ବିଜେପି ଜିଲ୍ଳା ସମ୍ପାଦକ  ଓ  ଶ୍ରୀ ମଧୁସୂଦନ ଶର୍ମା, ଅତାବିରା ଏନ. ଏ. ସି ପ୍ରଭାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।। ସଭାପତି ଶ୍ରୀ ସଚିନ ମହାକୁର ଓ ସମ୍ପାଦକ ଶ୍ରୀ ସୁବଳ ହାତୀଙ୍କ ନେତୃତ୍ୱରେ ଆୟୋଜକ କମିଟିର ସଦସ୍ୟମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ସମାପ୍ତ ହୋଇଥିଲା।
ଦସ୍ତାବିଜ ନାମରେ ନୂଆ ବିଦ୍ୟୁତ ଗ୍ରାହକଙ୍କୁ ବାରମ୍ବାର ହଇରାଣ ଅଭିଯୋଗ
ବରଗଡ଼: ଗୋଡ଼ଭଗା ନ୍ୟୁଜ -(ମୋହନ ସାହୁ ) ନୂଆ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରୁଥିବା କିଛି ଗ୍ରାହକଙ୍କୁ ଦସ୍ତାବିଜ ଯାଞ୍ଚ ନାମରେ ବାରମ୍ବାର ଅଫିସକୁ ଡକାଯାଉଥିବା ଏବଂ ବିଭିନ୍ନ ଦସ୍ତାବିଜ ଦାଖଲ କରିବାକୁ କୁହାଯାଉଥିବା ନେଇ ଅଭିଯୋଗ ଉଠିଛି।
ଅଭିଯୋଗକାରୀ ଗ୍ରାହକମାନଙ୍କ କହିବା ଅନୁଯାୟୀ, ଆବେଦନ ସମୟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ନୂଆ ଦସ୍ତାବିଜ ମାଗିବା ସହ ଆବେଦନ ପ୍ରକ୍ରିୟା ବିଳମ୍ବ ହେଉଛି। ଏହା ଫଳରେ ନୂଆ ସଂଯୋଗ ଆଶାରେ ଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
ତେବେ ଦସ୍ତାବିଜ ଯାଞ୍ଚ ସମ୍ପର୍କିତ ନିୟମ ଓ ପ୍ରକ୍ରିୟା କଣ, ଏବଂ ଅଭିଯୋଗରେ କେତେଦୂର ସତ୍ୟତା ରହିଛି, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଆବଶ୍ୟକ।
ଗ୍ରାହକମାନଙ୍କ ଦାବି, ଆବେଦନ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରାଯିବା ସହ ଆବଶ୍ୟକ ଦସ୍ତାବିଜର ଏକ ସ୍ପଷ୍ଟ ତାଲିକା ଆରମ୍ଭରୁ ଦିଆଯାଉ। ଏହା ଦ୍ୱାରା ଅନାବଶ୍ୟକ ଭାବେ ଗ୍ରାହକଙ୍କୁ ବାରମ୍ବାର ଅଫିସ ଯିବାକୁ ପଡ଼ିବ ନାହିଁ
ଅତାବିରା ଆନ୍ଧ୍ର କଲ୍ୟାଣ ମଣ୍ଡପରେ ଲଞ୍ଚ ହେଲା କୁବାଟା କମ୍ପାନୀର ଆଧୁନିକ ଧରଣର 8 ବର୍ଷ warranty ସହିତ ନୂଆ ଟ୍ରାକ୍ଟର।ଚାଷୀଙ୍କ ପାଇଁ ଖୁସି ଖବର
୨୦ ତମ ନୁଆଁଖାଇ ଭେଟଘାଟ ନାଗରିକ କମିଟି, ଗୋଡ଼ଭଗା
ବରଗଡ଼ ଜିଲ୍ଲା ଅତାବିରା ମା ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ ପାଳିତ। ମୁଖ୍ୟ ଅତିଥି ଡ଼ ଅରୂପାନନ୍ଦ ସାହୁ, ସମ୍ମାନିତ ଅତିଥି ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣି କୁମ୍ଭାର
ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ରୂପେ ଗ୍ରହଣ କଲେ ଅତାବିରା ମେଡିକାଲ କର୍ତ୍ତୃପକ୍ଷ ଓ ଲାୟନ୍ସ କ୍ଲବ
ଅତାବିରା: ଯକ୍ଷ୍ମା ରୋଗୀଙ୍କ ପୋଷଣ ଓ ଚିକିତ୍ସାରେ ସହଯୋଗର ହାତ ବଢ଼ାଇଛନ୍ତି ଅତାବିରା ମେଡିକାଲ କର୍ତ୍ତୃପକ୍ଷ ଓ ଲାୟନ୍ସ କ୍ଲବ। ଅତାବିରାସ୍ଥିତ ରୁରାଲ ହେଲ୍ଥ ଟ୍ରେନିଂ ସେଣ୍ଟର ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ରୂପେ ଗ୍ରହଣ କରାଯାଇ ସେମାନଙ୍କୁ ଆବଶ୍ୟକୀୟ ପୋଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ରୋଗୀମାନଙ୍କୁ ଚାଉଳ, ଡାଲି, ତେଲ, ଡାଲିଜାତୀୟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଥିବା ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ରୋଗୀମାନେ ନିୟମିତ ଔଷଧ ସେବନ ସହିତ ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବାକୁ ଉପସ୍ଥିତ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀମାନେ ପରାମର୍ଶ ଦେଇଥିଲେ।
ଲାୟନ୍ସ କ୍ଲବର ସଦସ୍ୟମାନେ ଏହି ସାମାଜିକ ଦାୟିତ୍ୱମୂଳକ ପଦକ୍ଷେପ ମାଧ୍ୟମରେ ଯକ୍ଷ୍ମା ରୋଗୀଙ୍କୁ ନିୟମିତ ସହଯୋଗ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ। ଯକ୍ଷ୍ମା ମୁକ୍ତ ସମାଜ ଗଠନରେ ଏଭଳି ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।
ଫଟୋ: ଯକ୍ଷ୍ମା ରୋଗୀଙ୍କୁ ପୋଷଣ ସାମଗ୍ରୀ ପ୍ରଦାନ କରୁଛନ୍ତି ଲାୟନ୍ସ କ୍ଲବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ।
OSOU ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା RISHI ତଦଘାଟିତ
ଲରମ୍ଭା ମହାବିଦ୍ୟାଳୟରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ 
ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଅଛି | ଏହି ଅବସରରେ ସଭାପତି ଭାବରେ  କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି, ମୁଖ୍ୟ ମୁଖ୍ୟବକ୍ତା  ଡ଼. ଶ୍ୟାମ ଭୋଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ପରୀକ୍ଷା ନିୟନ୍ତ୍ରକ ତଥା ଓଡ଼ିଆ ଭାଷାତତ୍ତ୍ୱବିତ , ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଶାନ୍ତିଲତା ବାରିକ ମଂଚାସୀନ ରହିଥିଲେ | ପ୍ରଥମେ ଗଙ୍ଗାଧର ଓ ମହାବିଦ୍ୟାଳୟ ପ୍ରତିଷ୍ଠାତା ବ୍ରଜମୋହନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |  ବ୍ରଜମୋହନ ଓ ଗଙ୍ଗାଧରଙ୍କ ପତ୍ରାଳାପ ସହ ସାହିତ୍ୟ ସାଧନପାଇଁ ବିଭିନ୍ନ  କ୍ଷେତ୍ରରେ ଥିବା ଅବଦାନକୁ ଆଲୋଚନା କରିଥିଲେ |  ଶେଷରେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ |  ଉତ୍ସବରେ ଓଡ଼ିଆ ବିଭାଗର ସକ୍ରିୟ ଭୂମିକା ସହ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ମେହେର ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ |
ଲରମ୍ଭା କଲେଜରେ ପାଳିତ ହେଲା କଲେଜ ପ୍ରତିଷ୍ଠା ଦିବସ::
ବରଗଡ:୦୩/୦୯(ମୋହନ ସାହୁ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ଆଭ୍ୟନ୍ତରୀଣ କ୍ରୀଡ଼ାଗାର ଠାରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି | ଏହି ଅବସର ରେ ସଭାପତି ଭାବରେ  କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି,ମୁଖ୍ୟ ଅତିଥି ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ନିହାରରଞ୍ଜନ ମହାନନ୍ଦ, ମୁଖ୍ୟବକ୍ତା ଦୁତିକା ସାହୁ ମହାବିଦ୍ୟାଳୟ, ଲଇଡା, ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଜୟନାରାୟଣ ଶତପଥି, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ତ୍ରିପାଠୀ ମଂଚାସୀନ ରହିଥିଲେ | ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଓ କଲେଜ ପ୍ରତିଷ୍ଠାତା ବ୍ରଜମୋହନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | କଲେଜରୁ ପ୍ରକାଶିତ ବାର୍ଷିକ ପତ୍ରିକା "ମୁଖପତ୍ର"କୁ ଅତିଥି ମାନେ ଉନ୍ମୋଚନ କରିଥିଲେ | ଅଧର୍ମର ବିନାଶ ପାଇଁ ଜନ୍ମାଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଆଉ ଅଶିକ୍ଷାକୁ ଦୂରେଇ ଦେଇ ଶିକ୍ଷାର ଆଲୁଅ ଦେବାପାଇଁ ବ୍ରଜମୋହନଙ୍କ ହସ୍ତରୁ ୧୯୬୪ ମସିହାରେ ଲରମ୍ଭା କଲେଜର ଜନ୍ମ ସହ ବ୍ରଜମୋହନଙ୍କ ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନକୁ ଆଲୋଚନା କରିଥିଲେ |  ଶେଷରେ ଅଧ୍ୟାପକ ଡ଼. ଗୁରୁଦେବ କୁଶଲ ଧନ୍ୟବାଦ ଅର୍ପଣ କରିଥିଲେ |  ଉତ୍ସବରେ କଲେଜ ସହ ଜଡିତ ସମସ୍ତ କର୍ମକର୍ତ୍ତା, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ |
ଆଜି ବରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ
ଘୁଡ଼ୁକାଟିକ୍ରା ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ

ଦିନାଙ୍କ ୨୭/୦୮/୨୦୨୬ (ଗୁରୁବାର) ଦିନ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଚିପିଲିମା OUAT ରେ କାର୍ଯ୍ୟରତ ସରୋଜ ସିଂ ଯୋଗ ଦେଇଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର କର୍ଣ୍ଣ l ସଂପାଦକ କୃଷ୍ଣଚନ୍ଦ୍ର ସାଥୁଆ ଓ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳ ଓ ମଞ୍ଚାସିନ ଥିବା ବେଳେ ସମ୍ବାଦର ପତ୍ରକାର ସଞ୍ଜିବ ଠାକୁର ଉପସ୍ଥିତ ଥିଲେ l ସ୍ୱାଗତ ସଂଗୀତ ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ୱାରା ହୋଇଥିବା ବେଳେ ଶିଶୁ ମାନେ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଗୁରୁମା ବାସନ୍ତୀ ପ୍ରଧାନ ଗୁରୁମା ନିଜସ୍ୱ ଅଭିଭାଷଣ ପ୍ରଦାନ କରିବାବେଳେ, ବିଦ୍ୟାଳୟର ପୁନମ ଅଦାବର ଭଉଣୀ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳ କରିଥିଲେ l ସଂପାଦକ ମାନନୀୟ କୃଷ୍ଣଚନ୍ଦ୍ର ସାଥୁଆ ନିଜସ୍ୱ ଅଭିଭାଷଣ କରିଥିଲେ l ତତ୍ ସହିତ ସଭାପତି ପ୍ରଦୀପ କୁମାର କର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଭୂମିକା କହିଥିଲେ l କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ମାନନୀୟ ଅବିନାଶ ଶତପଥି  ଧନ୍ୟବାଦ ପ୍ରଦାନ କରିଥିଲେ l
ବ୍ୟକ୍ତିଗତ ଜମିରେ ରହିଥିଲା ଜବରଦଖଲ // ପ୍ରଶାସନ ଦେଲେ ନ୍ୟାୟ
ଅତାବିରାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଅତାବିରା ପୋଲିସ୍ କୁ ବଡ଼ ସଫଳତା // ସାଇବର୍ ଠକେଇ ର ଶିକାର ଲରମ୍ଭା କଲେଜ୍ ଛାତ୍ରୀ// ଅଭିଯୁକ୍ତ ଗିରଫ
ଜୟ ଜଗନ୍ନାଥ
ବରଗଡ଼ରେ ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ସଂଯୁକ୍ତ କୃଷକ ସଂଗଠନ
ଆଜି ବରଗଡ଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ଧାନ ବିକ୍ରି ପଞ୍ଜିକରଣକୁ ନେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ବିଶେଷ କରି—  ଦେବୋତ୍ତର ଜମି ପଞ୍ଜିକରଣ ସମସ୍ୟା
ଭାଗଚାଷୀ ପଞ୍ଜିକରଣ ସମସ୍ୟା
 ଜମି କିସମ ସଂଶୋଧନ ସମସ୍ୟା
 ଇଲେକ୍ଟ୍ରିକ୍ ବିଲ୍ ବାଧ୍ୟତାମୂଳକ କରାଯାଉଥିବା ସମସ୍ୟା
 ସାରର କଳାବଜାରୀ ଓ ଅଭାବ
ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ।
ଜିଲ୍ଲାପାଳ ସମସ୍ତ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ DRCSଙ୍କ ସହ ଆଲୋଚନା କରି ଚାଷୀମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ଆଶ୍ୱାସନ ଦେଇଛନ୍ତି।
ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ଚେତାବନୀ ଦେଇଛି। ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, କାରଣ ସାହୁ, ଥବିର ସାହୁ, ରବିଶଙ୍କର ପଧାନ, ନିରଞ୍ଜନ ପଧାନ ଏବଂ ସୁବଳ ପଧାନ ଙ୍କ ନେତୃତ୍ୱରେ ଶହଶହ ଚାଷୀ ଜିଲ୍ଲାପାଳଙ୍କ ଜନ ଶୁଣାଣିକୁ ଆସି ଅଭିଯୋଗ କରିଥିଲେ।
Video 16
୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜୟ ଯବାନ ଜୟ କିଷାନ // ଅତାବିରା ବିଧାୟକ <nis:link nis:type=tag nis:id=godbhaganews nis:value=godbhaganews nis:enabled=true nis:link/>
୮୦ ତମ ସ୍ୱାଧୀନତା ଦିବସ ଅତାବିରା
ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଗୋଡ଼ଭଗା
ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜିର ପ୍ରେସ ବାର୍ତ୍ତାରେ ଆମେ ଆପଣ ମାନଙ୍କ ଅବଗତି ନିମତେ ଜଣାଇବାକୁ ଚାହୁଁଛୁ ଯେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣରେ ଅନେକ ଅସଂଗତି, ତ୍ରୁଟି, ଅନାବଶ୍ୟକ କାଗଜପତ୍ର ସାଙ୍ଗକୁ ଅସମ୍ଭବ ପ୍ରମାଣପତ୍ର ମଗାଯାଉଛି। ଆମେ ଗତ 10 ଅଗଷ୍ଟରେ ସମସ୍ତଙ୍କ ସହଯୋଗରେ ଏସ ପି, sdop ଏବଂ ଅତାବିରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୋଟ ଏକ ହଜାରରୁ ଉର୍ଦ୍ଧ୍ୱ ଜେଲ ଯାଇଥିଲୁ। ଫଳରେ ଚାପ ଗ୍ରସ୍ତ ହୋଇ ପଶ୍ଚିମ ଓଡିଶା MLA ମାନେ ଯୋଗାଣ ମନ୍ତ୍ରୀ ସମ୍ପୂକ୍ତ ବିଷୟ ଅବଗତ କରିଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରେସ ମିଡ଼ିଆ ଜରିଆରେ ଏଗ୍ରିଷ୍ଟାକ ଏବଂ ଧାନ ବିକ୍ରିର କୌଣସି ସମ୍ପର୍କ ନାହିଁ ଯଦି କେହି ଏଗ୍ରୀଷ୍ଟାକ ଆଇଡି ଦେଇ ନ ପାରିଲେ ମଧ୍ୟ ଟୋକନ ପାଇବ ଏବଂ ଧାନ ବିକ୍ରି ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି। ରେଜିଷ୍ଟେସନ କମ୍ପୁଟରରେ ଫର୍ମ ପୂରଣ ପରେ ଏଗ୍ରିଷ୍ଟାକ ଆଇଡି ଦେବା କଲମକୁ ହଟାଇ ଦିଆ ଯାଇଛି ଏବଂ ଭାଗ ଚାଷୀ ମାନଙ୍କ ପାଇଁ ମୋବାଇ e kyc ପୋର୍ଟାଲ କରାଯିବ କହିଛନ୍ତି। କିନ୍ତୁ ଆହୁରୀ ମଧ୍ୟ ଅନେକ ସମସ୍ୟା ଥିବାରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସରକାରକୁ ଜଣାଇବା ପାଇଁ ନିଷ୍ପତ୍ତି କଲୁ। ଭାଗ ଚାଷୀ, ସର୍ଭର ଡାଉନ, ଜମି କିସମ ଏବଂ ସଳ୍ପ ସମୟ ପାଇଁ ଅନେକ ଚାଷୀ ପଞ୍ଜିକରଣରୁ ବାଦ ପଡିବେ। ଏଣୁ ଆମର ଦାବୀ ସମସ୍ତ ଚାଷୀଙ୍କ ପାଇଁ ସରଳ ସହଜ ମାଧ୍ୟମରେ ପଞ୍ଜିକରଣ କରି କଷ୍ଟ ଉପାର୍ଜିତ ସମସ୍ତ ଧାନ କିଣା ଯାଉ।
ଗତ ଖରିଫ ବର୍ଷ ରାଜ୍ୟରେ 19,27,528 ଜଣ ପଞ୍ଜିକୃତ ହୋଇଥିଲେ ଚଳିତ ବର୍ଷ 1,23,243 ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର 30,889 ଜଣ ଏଗ୍ରିଷ୍ଟାକ id ଦେଇଛନ୍ତି ଠିକ ସେହି ପରି ବରଗଡ଼ ଜିଲ୍ଲାରେ ଗତ ବର୍ଷ 1ଲକ୍ଷ 64 ପଞ୍ଜିକୃତ ହୋଇଥିଲେ ହେଲେ ଏହି ବର୍ଷ ମାତ୍ର 13,673 ଜଣ ପଞ୍ଜୁକୃତ ହୋଇଛନ୍ତି ସତ ମାତ୍ର 3423 ଜଣ ଏଗ୍ରିଷ୍ଟାକ id ଦେଇପାରିଛନ୍ତି। ଏଣୁ ଆମର ଦାବୀ କୁ ଯଥାର୍ଥ ଭାବି ସମାଧାନ ପୂର୍ବକ ପଦ କ୍ଷେପ ନେବା ପାଇଁ ଅନୁରୋଧ।
ଅତାବିରା ବିଧାୟକ ଏବଂ କୃଷକ ସଙ୍ଗଠନର ଆଲୋଚନା
ଜନବସତି ଭିତରେ ବିଦ୍ୟୁତ୍ ଖୁଣ୍ଟର ବିପଦଜନକ ଅବସ୍ଥା
ସମ୍ବଲପୁର ଜିଲ୍ଲା, କଲମାଟି ପଞ୍ଚାୟତ, କର୍ଣ୍ଣପାଲି ଗାଁରେ ବିଦ୍ୟୁତ୍ ଖୁଣ୍ଟଟି ବହୁତ ବିପଦଜନକ ଅବସ୍ଥାରେ ରହିଛି।
ଫଟୋରେ ଦେଖାଯାଉଛି ଯେ ଖୁଣ୍ଟର ତଳ ଅଂଶରେ ଅଧିକ କ୍ଷୟ ଓ ଭାଙ୍ଗିବାର ଆଶଙ୍କା ରହିଛି। ଏହି ଖୁଣ୍ଟ ଯେକୌଣସି ସମୟରେ ଭାଙ୍ଗି ପଡ଼ି ଦୁର୍ଘଟଣା ଘଟାଇପାରେ।
ତେଣୁ ବିଦ୍ୟୁତ୍ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ
ଘଟଣାସ୍ଥଳକୁ ଶୀଘ୍ର ଯାଞ୍ଚ କରି, ବିପଦଜନକ ଖୁଣ୍ଟଟିକୁ ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରାଯାଉ।
ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଏହି ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଉ।ବିପଦ ଘଟିବା ପୂର୍ବରୁ ସମାଧାନ କରନ୍ତୁ—ଜୀବନ ବଞ୍ଚାନ୍ତୁ।
ଯୋଗାଯୋଗ -8763221900
Godbhaganews
Video 23
ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଳ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସିନ ଥିଲେ। ସେମାନଙ୍କ କହିବା ଅନୁସାରେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆସନ୍ତା 10 ଅଗଷ୍ଟରେ 84 ତମ କ୍ରାନ୍ତି ଦିବସ ଅବସରରେ ସାରାକରମାନଙ୍କ ଚାଷୀ ମାରଣ ନୀତି ବିରୋଧରେ ଦେଶର 1000 ଟି ସ୍ଥାନରେ ରେଳ ରୋକ, ରାସ୍ତା ରୋକ,ଜେଲ ଭରୋ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ହେବ। ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏସ ପି, ବରଗଡ଼ ଏସ ଡି ପି ପଦ୍ମପୁର ଓ ଏବଂ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ସହିତ ଜେଲ ଭରୋ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆମେରିକା ଭାରତ ଡିଲ, ସବୁ ଚାଷୀଙ୍କ ଋଣ ଛାଡ଼, ଫସଳର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ରାସାୟନିକ ସାର, ଘରୋଇ ବିଦ୍ୟୁତ ବିଲ,ବିହନ ବିଲ 2025, ଶ୍ରମିକ ସୁରକ୍ଷା, ମନରେଗା,ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଦାବୀ ଲଘୁଚାପ ଜନିତ କ୍ଷତିପୂରଣ, ସାର କଳାବଜାରୀ, ଫସଲ ବୀମା ଏବଂ ଧାନ କାର୍ଡ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକକୁ ବିରୋଧ କରାଯାଇଛି