ସମ୍ବଲପୁର ମ୍ୟୁନିସିପାଲଟି: ଭିଏସଏସ ଷ୍ଟାଡିୟମରେ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ୍ ପ୍ରତିଯୋଗିତା, ଫାଇନାଲରେ ପ୍ରବେଶ କଲା
ଓଡ଼ିଶା ଫୁଟବଲ ଆସୋସିଏସନ୍
ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏହି ସେମିଫାଇନାଲ ମ୍ୟାଚରେ ଓଡ଼ିଶା ଫୁଟବଲ ଆସୋସିଏସନ୍ 4 ,0 ଗୋଲରେ ଜର୍ଜ ଟେଲିଗ୍ରାଫ କୋଲକତାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜି ରାତିରେ ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ସମାପ୍ତି ହୋଇଥିଲା। ଏହି ସେମିଫାଇନାଲ ମ୍ୟାଚରେ ଆଜି ପୋଲିସ ଆଇଜି ହିମାଂଶୁ ଲାଲ ଓ ବିଧାୟକ ଜୟନାରାୟଣ ମିଶ୍ର ତଥା ପୁର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ।