Public App Logo
🚨 ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି, ୬ ଗିରଫ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ। ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ୍, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ। ସୂଚନା ଅନୁସାରେ, ଜିଓ ଟାୱାରରୁ ୧୪୮ଟି ବ୍ୟାଟେରୀ ଚୋରି ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା କିଛି ବ୍ୟାଟେରୀ ବନ୍ଧୁଗାଁରେ ନିର୍ମାଣାଧୀନ ଏକଲବ୍ୟ ବିଦ୍ୟାଳୟ ନିକଟରୁ ଉଦ୍ଧାର ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଅବଶିଷ୍ଟ ବ୍ୟାଟେରୀ କେଉଁଠାରେ ଅଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। #Koraput #Bandhugaon #Narayanpatna #BatteryTheft #PoliceAction #CrimeNews #KoraputNews #OdishaNews - Koraput Town News