ଜୟପୁର ସହରରେ ବାଘ ଆତଙ୍କ!
ଜୟପୁର ସହରର ପ୍ରକାଶ ନଗର ଓ ଆଶ୍ରମ ନଗର ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁସାରେ, ବାଘର ଚଳପ୍ରଚଳ CCTV କ୍ୟାମେରାରେ ରେକର୍ଡ ହୋଇଛି।
ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ବନ ବିଭାଗ ତୁରନ୍ତ ଘଟଣାର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ନିବେଦନ କରିଛନ୍ତି।
ବନ ବିଭାଗର ଯାଞ୍ଚ ପରେ ହିଁ ବାଘର ଉପସ୍ଥିତି ସ୍ପଷ୍ଟ ହେବ।
ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ରାତିରେ ଏକୁଟିଆ ବାହାରକୁ ନଯିବାକୁ ଅନୁରୋଧ।
📍 ସ୍ଥାନ: ଜୟପୁର, କୋରାପୁଟ
#Jeypore #Koraput #TigerAlert #ବାଘଆତଙ୍କ #KoraputNews #BreakingNews #OdishaNews