SMS News Bureau Rourkela
ସେକ୍ଟର ୨ ଦୁର୍ଗାପୂଜା ପଡିଆ ରେ ଆରମ୍ଭ ହେଲା ୪ର୍ଥ ଜେଏନସିସି ସଟ୍ ବାଉଣ୍ଡ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ।
ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆ ରେ ଆରମ୍ଭ ହେଲା ୪ର୍ଥ ଜେ ଏନ୍ ସି ସି ସଟ୍ ବାଉଣ୍ଡ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ତଥା ରଘୁନାଥପାଲୀ ର ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ସେଠୀ ଯୋଗ ଦେଇ ବ୍ୟାଟିଂ କରି ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ।ପ୍ରଥମ ମ୍ୟାଚ ରେ ଖେଳୁଥିବା ଦୁଇଟି ଟିମ୍ ର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ। ଏହି ସଟ୍ ବାଉଣ୍ଡ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଉରକେଲା ରେ ବେଶ୍ ପରିଚିତ ଅଟେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସିପିସି ସେକ୍ରେଟାରୀ ବିରେନ୍ଦ୍ର ନାରାୟଣ ସ୍ବାଇଁ ଓ ସମ୍ବାଦିକ ସଞ୍ଜୀବ କୁମାର ନାୟକ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଜୟଦେବ ନଗର କ୍ରିକେଟ କ୍ଲବ୍ କରୁଥିବା ବେଳେ କମିଟି ର ଶୁଭ୍ରାଂଶୁ, ଶୁଭମ୍,ଅନିମେଶ,ହ୍ରିତେଶ ଓ ସ୍ବୟମ ପ୍ରମୁଖ ସଫଳ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
#smsnewsnetwork #rauarkela #JNCC #cricket #shortboundary #sector2 #prasantasethi