SMS News Bureau Koida
କୋଇଡା ବି. ଝାରବେଡା ଗାଁରେ ପୀଡ଼ିତ ଆଦିବାସୀ ଯୁବକ ପାଟୁ ମୁଣ୍ଡାଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ
ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠିତ ବିଜେଡି ପ୍ରତିନିଧି ଦଳ ଆଜି କୋଇଡା ବ୍ଲକ ବି. ଝାରବେଡା ଗାଁରେ ବଜରଙ୍ଗ ଦଳ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ଯୁବକ ପାଟୁ ମୁଣ୍ଡା ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।
ଆଦିବାସୀ ସମାଜ ଉପରେ ହେଉଥିବା ଆକ୍ରମଣକୁ ବିଜେଡି ତୀବ୍ର ନିନ୍ଦା କରୁଛି। ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ।ଏହି ଅବସରରେ ହ୍ରିଷ୍ଟିକେଶ ସାହୁଙ୍କୁ ଭେଟି ଆଲୋଚନା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଥିଲା। ବିଜେଡିର ଏହି ପ୍ରତିନିଧି ଦଳରେ ଡ ନିରଞ୍ଜନ ବିଶି, ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ,ବିରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ, ଡ ପ୍ରିୟବ୍ରତ ମାଝୀ, ପ୍ରଦ୍ୟୁମ୍ନ ତ୍ରିପାଠୀ, ବୀରମିତ୍ରପୁର ବିଧାୟକ ଙ୍କ ସହ ବିଧାୟକ ପ୍ରାର୍ଥନିଧି ଶଶି ସାଗର, ମହେଶ ସାହୁ, ବିଜେଡ଼ି ନଗର ସଭାପତି କୁନା ଦେଓ ଯୁବ ନେତା ଓନାମ, ଗୁଡ୍ଡୁ ସାହୁ ଛାତ୍ର ନେତା ସାକିବ ରାଜ଼ା, ଜାନୁ କୁନାଲ ଓ ବିଜେଡି ନେତୃବର୍ଗ ସହ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ।
#smsnewsnetwork #koida #bjd #mlarourkela #mlasundargarh #mlabiramitrapur #pradyumnatripathy #bjdodisha