SMS News Bureau Rourkela
ଯାତ୍ରୀ ସେବାକୁ ପ୍ରାଥମିକତା ଦେଇ ପୂର୍ବରୁ ଏକ୍ସପ୍ରେସ ଟ୍ରେନ ଆଗେ ତା ପରେ ମାଲଗାଡି। ମାତ୍ର ଏବେ ମାଲଗାଡି ଯିବା ପାଇଁ ଏକ୍ସପ୍ରେସ କୁ ଅଟକାଇ ଦିଆଯାଉଛି- ବିଧାୟକ ସାରଦା ପ୍ରସାଦ ନାୟକ
ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଦକ୍ଷିଣ ପୂର୍ବ ରେଳବାଇ ର ଚକ୍ରଧରପୁର ମଣ୍ଡଳ ଡିଆରଏମ୍ ତରୁଣ କୁମାର ହୁରିଆ ଙ୍କ ସହ ରେଳ ଷ୍ଟେସନ ଓ ରେଲୱେ ଅଞ୍ଚଳ ର ଉନ୍ନତିକରଣ ବାବଦରେ ଆଲୋଚନା କରିଥିଲେ। ରେ ସ୍ମାର୍ଟ ସିଟି ଯୋଜନାରେ ସାମିଲ ହୋଇଥିବା ରୁ ରେଲୱେ ପ୍ରଶାସନ ଜିଲ୍ଲା ପ୍ରଶାସନ ସହ ଯେପରି ସମନ୍ବୟ ରକ୍ଷା କରିବା କଥା ତାହା କରୁନଥିବା ରୁ କଲୋନୀ ବାସୀ ଓ ସହରବାସୀ ଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ବିଧାୟକ ଡିଆରଏମ୍ ଶ୍ରୀ ହୁରିଆ ଙ୍କୁ ଏକ ମ୍ୟାପ୍ ଏହି ଅବସରରେ ପ୍ରଦାନ କରି ଏ ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏହି ଆଲୋଚନା କାଳରେ ବିଧାୟକ ଙ୍କ ସହ ପ୍ରଶାନ୍ତ ସେଠୀ ଓ ଜୟନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ।