ପାଟଣା: ସାରୁପାଟ ଗ୍ରାମରେ ନଦୀର ଗଭୀର ପାଣିରେ ବୁଡି ଯୁବକ ମୃତ
କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାରୁପାଟ ଗ୍ରାମରେ ଜଣେ ଯୁବକ ନଦୀର ଗଭୀର ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଶାନ୍ତନୁ ନାଏକ ବୋଲି ଜଣାପଡିଛି। ସେ ଗତକାଲି ଅପରାହ୍ନ ରେ ଗ୍ରାମ ନିକଟରେ ଥିବା ବୁଢି ନଦୀ କୁ ଗାଧୋଇବା ପାଇଁ ଯାଇଥିବା ସମୟରେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ଖବର ପାଇ ଆଜି ଢେଙ୍କିକୋଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ସହାୟତା ରେ ନଦୀ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରି କେନ୍ଦୁଝର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏନେଇ ଢେଙ୍କିକୋଟ ଫାଣ୍ଡି ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛ