ଆନନ୍ଦପୁର: ଆନନ୍ଦପୁର ପଞ୍ଚାୟତସମିତିରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସାଂସଦ
ଆନନ୍ଦପୁର ପଞ୍ଚାୟତ ସମିତିର ସଭାଗୃହ ଠାରେ ଆଜି ଦିନ ୧୨ଟା ବେଳ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ବିଡ଼ିଓ ମନୋଜ କୁମାର ମହାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭ ପ୍ରକାଶ ସାହୁଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତି ଥିଲେ।