Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଜୟପୁର ଉପଖଣ୍ଡ ସ୍ତରୀୟ ମୋବାଇଲ ମେଳା : ୧୧୦ ହଜିଥିବା ମୋବାଇଲ ଉଦ୍ଧାର, ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ଜୟପୁର ଏସଡିପିଓ କାର୍ଯ୍ୟାଳୟ ପରିସରରେ ବୁଧବାର ଉପଖଣ୍ଡ ସ୍ତରୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଜୟପୁର ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଜୟପୁର ଟାଉନ, ଜୟପୁର ସଦର, ବୈପାରିଗୁଡ଼ା ଓ କୁନ୍ଦୁରା ଥାନା ଅଞ୍ଚଳରୁ ହଜିଯାଇଥିବା ପ୍ରାୟ ୧୧୦ଟି ମୋବାଇଲ ଫୋନ ଉଦ୍ଧାର କରାଯାଇ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଉଦ୍ଧାର ହୋଇଥିବା ମୋବାଇଲ ମଧ୍ୟରୁ ଜୟପୁର ଟାଉନ ଥାନା ଅଞ୍ଚଳରୁ ସର୍ବାଧିକ ୫୦ଟି ମୋବାଇଲ ଉଦ୍ଧାର ହୋଇଥିବା ବେଳେ ଅନ୍ୟାନ୍ୟ ମୋବାଇଲ ଜୟପୁର ସଦର, ବୈପାରିଗୁଡ଼ା ଓ କୁନ୍ଦୁରା ଥାନା ଅଞ୍ଚଳରୁ ଠାବ କରାଯାଇଥିଲା। ବିଭିନ୍ନ ସ୍ଥାନରେ ମୋବାଇଲ ହଜିଯିବା ପରେ ମାଲିକମାନେ ସମ୍ପୃକ୍ତ ଥାନା ଏବଂ ସଞ୍ଚାର ସାଥୀ (ସିଇଆଇଆର୍) ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଜିଡି ଏଣ୍ଟ୍ରି କରି ଅଭିଯୋଗ ଦାଖଲ କରିଥିଲେ। ସେହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ପ୍ରାୟ ଦୁଇ ମାସର ପ୍ରୟାସ ପରେ ୧୧୦ଟି ମୋବାଇଲ ଫୋନ ଉଦ୍ଧାର କରିବାରେ ସଫଳ ହୋଇଛି।ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମୋବାଇଲ ହଜିଗଲେ ବିଳମ୍ବ ନକରି ସଞ୍ଚାର ସାଥୀ (ସିଇଆଇଆର୍) ପୋର୍ଟାଲରେ ଅଭିଯୋଗ ପଞ୍ଜୀକରଣ କରିବା ସହ ସମ୍ପୃକ୍ତ ଥାନାରେ ଜିଡି କଲେ ପୋଲିସ ପାଇଁ ମୋବାଇଲ ଟ୍ରାକ୍ କରିବା ଓ ଉଦ୍ଧାର କରିବା ସହଜ ହୋଇଥାଏ। ମୋବାଇଲ ମେଳାରେ ଜୟପୁର ଟାଉନ, ଜୟପୁର ସଦର, ବୈପାରିଗୁଡ଼ା ଓ କୁନ୍ଦୁରା ଥାନାର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୀର୍ଘଦିନ ପରେ ନିଜ ହଜିଯାଇଥିବା ମୋବାଇଲ ଫେରିପାଇ ଉପସ୍ଥିତ ମାଲିକମାନେ ପୋଲିସର ଏହି ସଫଳ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।

MORE NEWS

ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! 
ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। 

#Malkangiri

ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। #Malkangiri

Malkangiri, Malkangiri | Aug 8, 2026

ଆସନ୍ତା ପବିତ୍ର ରକ୍ଷା ବନ୍ଧନ (ରାକ୍ଷୀ ପୂର୍ଣ୍ଣିମା) ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ

ଆସନ୍ତା ପବିତ୍ର ରକ୍ଷା ବନ୍ଧନ (ରାକ୍ଷୀ ପୂର୍ଣ୍ଣିମା) ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ

Malkangiri, Malkangiri | Aug 7, 2026

ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ!
ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Malkangiri, Malkangiri | Aug 7, 2026