ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ!
ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।