ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା: ତୁରନ୍ତ ମରାମତି ପାଇଁ ଦାବୀ
ବୌଦ୍ଧ-ମନମୁଣ୍ଡା ଜାତୀୟ ରାଜପଥର ମେହେରୁଣୀ ପୋଲର ଦୁଇ ପାଖରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇ ପ୍ରତିଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଜାତୀୟ ରାଜପଥ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲେ ବି ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ସମ୍ପୂର୍ଣ୍ଣ ନୀରବ।
ପୋଲ ନିକଟରେ ଥିବା ଏହି ବିପଜ୍ଜନକ ଖାଲ ଯୋଗୁଁ ଯାତ୍ରୀ, ଗାଡ଼ି ଚାଳକ ଏବଂ ସ୍ଥାନୀୟ ଲୋକେ ପ୍ରତିମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା କିମ୍ବା ଜୀବନହାନି ଘଟିବା ପୂର୍ବରୁ ଏହି ରାସ୍ତା ଏବଂ ପୋଲ ଦୁଇ ପାଖର ତୁରନ୍ତ ମରାମତି କରିବା ପାଇଁ ଆମେ ଦୃଢ଼ ଦାବୀ କରୁଛୁ। ପ୍ରଶାସନ ତୁରନ୍ତ କୁମ୍ଭକର୍ଣ୍ଣ ନିନ୍ଦ୍ରାରୁ ଚେତି ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁ, ନଚେତ୍ ଆଗାମୀ ଦିନରେ ବାଧ୍ୟ ହୋଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ।
#Boudh #Manamunda #RoadSafety #BridgeRepair #OdishaNews #PublicDemand #NHAIRoads #ProtestForSafety #OdishaRoads