#ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର....
#ପାଠ୍ୟପୁସ୍ତକ ତୃଟିରେ ସୁଧାର ଓ ନୁଆ ବହି ପିଲାଙ୍କୁ ଦେବା ସହ ୬ ଦଫା ଦାବି।
ନବନିର୍ମାଣ କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ପାଠ୍ୟପୁସ୍ତକ ତୃଟିରେ ସୁଧାର ଓ ନୁଆ ବହି ପିଲାଙ୍କୁ ଦେବା ସହିତ ୬ ଦଫା ଦାବିରେ ଅଗଷ୍ଟ ୨୦ ତାରିଖରୁ ନବନିର୍ମାଣ ଛାତ୍ର ସଂଘର ରାଜ୍ୟ ସଭାପତି ଭୁବନେଶ୍ବର ଲୋଏର ପିଏମଜି ରେ ଅନଶନ ଓ ଧାରଣା ବସିଛନ୍ତି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି,ନବନିର୍ମାଣ କୃଷକ ଓ ଛାତ୍ର ସଂଘର ପ୍ରତିଷ୍ଠାତା ଶ୍ରୀ ଅକ୍ଷୟ କୁମାର ଆଜିକୁ ୧୩ ଦିନ ଧରି ଅନଶନ ରେ ବସିଥିଲେ ମଧ୍ୟ ,ସରକାର ଭୁଲ୍ ବହି ସଂଶୋଧନ କରିବା ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି।ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ ଭୁଲ କୁ ସୁଧାରିବା ଓ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବାପାଇଁ ଆଜି ବାରିପଦା ଜିଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଦୁଖଃବନ୍ଧୁ ନାଏକଙ୍କୁ ଦାବିପତ୍ର ଦିଆଯାଇଥିଲା। ଯେଉଁ ବୟସରେ ପିଲାମାନଙ୍କୁ ସଠିକ୍ ତଥ୍ୟ ମିଳିଳିବା କଥା,ସେଠି ସରକାର ତୃଟିପୁର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରଣୟନ ଆଗାମୀ ଭବିଷ୍ୟତ ପାଇଁ ଦୁର୍ଭାଗ୍ୟଜନକ ବେଲି ଜିଲ୍ଲା ସଭାପତି ପ୍ରାଣବନ୍ଧୁ ପଲେଇ କହିଥିଲେ।ପ୍ରାଣବନ୍ଧୁ ପଲେଇ,ଚିନୁ ଦାଶ, ରାଇମଣୀ ବିଶ୍ଵାଳ,ପ୍ରସାନ୍ତ କରଣ,କରଣ ଟୁଡୁ,ରାମସାଇ ହେମ୍ରମ,ରବିନ୍ଦ୍ର ପୋଥାଳ,ସାଲଖାନ ମୁର୍ମୁ, ଶ୍ରବଣ ଛାଟିଆ,ଦଲୁରାମ ସିଂ,କେଶର ସୋରେନ ପରି ଅନେକ ନେତୃତ୍ୱ ଉପସ୍ଥିତ ଥିଲେ।।।।।
#Mayurbhanj
#ନବନିର୍ମାଣ କୃଷକ ସଙ୍ଗଠନ