#ହୁତୁହୁତୁ_ହୋଇ_ଜଳିଲା_କଣ୍ଟେନର...
#ଅଳ୍ପକେ_ବର୍ତ୍ତିଲେ_ଚାଳକ...
୧୮ ନମ୍ବର ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କଣ୍ଟେନର,ଅଳ୍ପକେ ବର୍ତ୍ତିଲେ ଚାଳକ। ଏଭଳି ଘଟଣାଟି ଘଟିଛି କୁଳିଅଣା ଥାନା ଅଧିନ ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ।ସୂଚନାଅନୁସାରେ
କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା ଏବଂ ସେଠାରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।।।।।
#Mayurbhanj #Kuliana