#ଶୀର୍ଷାରେ ୧୩ ଫୁଟିଆ ଅଜଗର ଉଦ୍ଧାର....
୧୬/୦୯/୨୬ (ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ)
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ ଶୀର୍ଷା ଗ୍ରାମରେ ଏକ ବିଶାଳ ଅଜଗର ଉଦ୍ଧାର ହୋଇଛି। ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ପ୍ରାୟ ୧୩ ଫୁଟ ଲମ୍ବର ୩୦ କେଜିରୁ ଅଧିକ ଓଜନର ଏହି ଅଜଗରକୁ ଉଦ୍ଧାର କରାଯାଇଛି।ସୂଚନାନୁସାରେ ଜଗନ୍ନାଥ ମନ୍ଦିର ନିକଟ ରାସ୍ତାରେ ଏକ ବିଶାଳ ଅଜଗର ପାର ହେଉଥିବା ବେଳେ ଜଣେ ବାଇକ୍ ଆରୋହୀଙ୍କ ନଜର ପଡ଼ିଥିଲା।ଏନେଇ ସେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ବିଶାଳ ଅଜଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।ପରେ ଗ୍ରାମର ସାପ ଧରାଳି ସେଠାରେ ପହଞ୍ଚି ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରି ବନବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲାବେଳେ ବିଶାଳ ଅଜଗର ଉଦ୍ଧାର ଘଟଣା ଏବେ ଶୀର୍ଷା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Baripada Town, Mayurbhanj | Sep 16, 2026