ପାଟଣା: ବାଉଁଶୁଳି ହନୁମାନ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ବୋଲେରୋ ଧକ୍କା ରେ ମାଆ ମୃତ, ପୁଅ ଗୁରୁତର
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ହନୁମାନ ଛକ ନିକଟରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ବୋଲେରୋ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ବାଉଁଶୁଳି ମୁଣ୍ଡା ସାହିର ସଙ୍କିରୀ ମୁଣ୍ଡା ବୋଲି ଜଣାପଡିଛି। ସେ ତାଙ୍କ ପୁଅ ସହ ବାଇକ୍ ରେ ଯାଉଥିବା ସମୟରେ ତାଙ୍କ ବାଇକ୍ କୁ ଏକ ବୋଲେରୋ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ବୋଲେରୋ ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେଠାରୁ ଉଭୟଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।