ୟୁଜିସି ନୂତନ ନିୟମାବଳୀର ପୁନର୍ବିଚାର ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ୟୁଜିସି (UGC) ର ନୂତନ ନିୟମାବଳୀର ପୁନର୍ବିଚାର ଦାବି ନେଇ ଆଜି "ବ୍ରାହ୍ମଣ ସମାଜ, ବୌଦ୍ଧ ଜିଲ୍ଲା" ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଏହି ସ୍ମାରକପତ୍ରରେ ୟୁଜିସି ର ନୂଆ ନିୟମାବଳୀ ଯୋଗୁଁ ସୃଷ୍ଟି ହେଉଥିବା ଅସନ୍ତୋଷ ଏବଂ ଏହାର ପୁନର୍ବିଚାର କରିବାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଏହି ଦାବିପତ୍ର ପ୍ରଦାନ କରିଥିଲେ।
#
Baudh Sadar, Boudh (Bauda) | Nov 3, 2026