ଜୀବନ ବିକଳରେ ଯୁଯୁମୁରା ନିକଟ ଏକ ପେଟ୍ରୋଲ ପମ୍ପକୁ ଧାଇଁ ଆସିଲା କୁଟୁରା , ବନ ବିଭାଗକୁ ହସ୍ତାନ୍ତର କଲେ ମାଲିକ କୁକୁର ଦାଉରୁ ରକ୍ଷା ପାଇ ଗୋଟିଏ ଜଙ୍ଗଲୀ କୁଟୁରା ବନ ବିଭାଗ ସହାୟତାରେ ପୁଣି ଥରେ ଜଙ୍ଗଳକୁ ଫେରିଥିବା ଭଳି ମାନବୀୟ ଦାୟିତ୍ୱ ଦେଖିବାକୁ ମିଳିଥିଲା ଯୁଯୁମୁରା ଅଞ୍ଚଳରେ । ସୂଚନାଯୋଗ୍ୟ ଯେ କୁକୁର ହାବୁଡ଼ରେ ପଡିଥିଲା ଏକ ଜଙ୍ଗଲୀ କୁଟୁରା। ଦଳେ କୁକୁର ତାକୁ ଗୋଡେଇ ଗୋଡେଇ ଲହୁ ଲୁହାଣ କରିଦେଇଥିଲେ। ହେଲେବି କୁକୁର ମାନଙ୍କୁ ଟକ୍କର ଦେଇ କୁଟୁରାଟି ଜୀବନ ବିକଳରେ ଜାତୀୟ ରାଜପଥ ଉପରେ ଥିବା ଲଷ୍ମୀ ପେଟ୍ରୋଲ ପମ୍ପକୁ ଅପରାହ୍ନ ୩ ଟା ବେଳେ ପଶି ଆସି ଲୁଚିବାକୁ ଚେଷ୍ଟା