ରିଆମାଳ: ଦେବଗଡ଼: ରିଆମାଳରେ ବେଆଇନ ବାଣ ଜବତ, ଜଣଙ୍କ ନାମରେ ମାମଲା ରୁଜୁ
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ବେଆଇନ ଭାବେ ବାଣ ଓ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିବା ଅଭିଯୋଗରେ ଲଳିତ ମୋହନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାରର ବାଣ ଜବତ କରିଛି।