ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ (ସଂଗଠନ) ଆଦରଣୀୟ ଶ୍ରୀ ସୌଦାନ ସିଂହ ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହେଲା।
ଏହି ଅବସରରେ ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଶେଷ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହେଲା। ତାଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ।