ମାଲକାନଗିରି : କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବାଳ ମେଳା ସହ କମ୍ୟୁନିଟି ଲଞ୍ଚ ଏବଂ ବିଭିନ୍ନ କାର୍ଯ୍ୟକଳାପ ଆୟୋଜିତ ହୋଇଛି। ଶ୍ରେଣୀଗୃହରେ ପଢ଼ାଯାଉଥିବା ବ୍ୟବସାୟିକ ଧାରଣାକୁ ବାସ୍ତବରେ କିପରି କାର୍ଯ୍ୟକାରୀ କରାଯାଏ, ତାହା ଛାତ୍ରଛାତ୍ରୀଙ୍କୁ ବୁଝାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। କଞ୍ଚାମାଲ କେତେ ଆସୁଛି, ବିକ୍ରି କିପରି ହେଉଛି, ସମୟର ମୂଲ୍ୟ ଏବଂ କେତେ ପରିମାଣର ଅପଚୟ ହେଉଛି ଏସବୁ ବିଷୟରେ ଛାତ୍ରଛାତ୍ରୀମାନେ ଆନନ୍ଦଦାୟକ ଶିକ୍ଷା (ଜଏଫୁଲ୍ ଲର୍ଣ୍ଣିଂ) ମାଧ୍ୟମରେ ସହଜରେ ଶିଖିପାରୁଛନ୍ତି।