ବାରିପଦା ସଦର: ବାରିପଦାରେ ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳ: ମାଆ ଦୁର୍ଗାଙ୍କୁ ମହିଳାଙ୍କ ଅନନ୍ୟ ବିଦାୟ
ବାରିପଦା ସହରର ବିଭିନ୍ନ ପୂଜାମଣ୍ଡପରେ ପାଳିତ ହେଲା ବଙ୍ଗୀୟ ପରମ୍ପରା 'ସିନ୍ଦୁର ଖେଳ'। ବିଜୟା ଦଶମୀରେ ମହିଳାମାନେ ମାଆ ଦୁର୍ଗାଙ୍କୁ ସିନ୍ଦୂର ଓ ଅଳତା ଅର୍ପଣ କରି ଖୁସି ମନରେ ବିଦାୟ ଦେଇଛନ୍ତି। ଏହି ପରମ୍ପରା ପରିବାରରେ ଶାନ୍ତି ଓ ସୁଖ ଆଣେ ବୋଲି ବିଶ୍ୱାସ ରହିଛି।