କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଉଭୟ ଗାଡିରେ ଥିବା ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍କୁଟିଟି ଢେଙ୍କିକୋଟରୁ ଘଟଗାଁ ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ରଙ୍ଗ ରୋଡ଼ରେ ବାଇକଟି ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।