କୁନ୍ତରା ସ୍ଥିତ ଗୋକୁଳ-ପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟ (G.P.R College, Kuntara)ରେ ‘ସମ୍ବଲପୁରୀ ଦିବସ’ ବହୁ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତରୁଣ କୁମାର ପୃଷେଠ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଏବଂ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାମାନଙ୍କ ମଧ୍ୟରୁ ଦୀପିକା ବେହେରା, ବର୍ଷା ମୁଦୁଲି, ହସିନା ପ୍ରିୟଦର୍ଶିନୀ ନାଏକ, ତୁଲାରାମ ଡନସେନା,ରୁଦ୍ରଦତ୍ତ ପଟେଲ,ରାଜେଶ ମାକର, ସୁକାନ୍ତି ତୁରୀ ଏବଂ ପୂଜା ବନଛୁର ସଭାକୁ ସଫଳ କରିବା ଦିଗରେ ସହାୟକ ହୋଇଥିଲେ। ଉଲ୍ଲେଖ୍ୟ ଯେ, ପ୍ରତିବର୍ଷ ଅଗଷ୍ଟ ୧ ତାରିଖକୁ ସାରା ଓଡ଼ିଶା, ବିଶେଷ କରି ପଶ୍ଚିମ ଓଡ଼ିଶାରେ ‘ସମ୍ବଲପୁରୀ ଦିବସ’ (Sambalpuri Day) ଭାବେ ବେଶ୍ ଧୂମଧାମରେ ପାଳନ କରାଯାଏ, ଏବଂ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଜନକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀକୁ ମନେ ପକାଇବା ପାଇଁ ଏହି ବିଶେଷ ଦିବସଟି ସମର୍ପିତ; ଏହି ଦିନ ପଶ୍ଚିମ ଓଡ଼ିଶାର ସଂସ୍କୃତି, ଭାଷା, ପୋଷାକ ଓ ସଙ୍ଗୀତର ଗୌରବକୁ ସାରା ବିଶ୍ୱ ଆଗରେ ପ୍ରଦର୍ଶିତ କରାଯାଏ। #kuchinda #kuchindatvlive #sambalpuri #sambalpuridin