ପାଟଣା: ପିଇବା ପାଣି ପାଇଁ ଉତ୍ତେଜନା, ପାଟଣା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲଦା ଆଦର୍ଶ ଗ୍ରାମରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗ୍ରାମରେ ବସୁଧା ଯୋଜନାରେ ଓଭର ହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ପୁରୁଣା ସାହି ଓ ମୁଣ୍ଡା ସାହି ଲୋକଙ୍କୁ ପାଣି ମିଳୁନି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ ହୋଇଛି । ଶୁକ୍ରବାର ଗ୍ରାମର ଶତାଧିକ ମହିଳା ଗରା ବାଲଟି ନେଇ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣା ଦେଇଥିଲେ ।