ପୂରୁଣାକଟକ ଥାନା ପୋଲିସ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
ପୂରୁଣାକଟକ ଥାନା ପୋଲିସ ଟିମ୍ ପକ୍ଷରୁ କରଞ୍ଜକଟା ଗ୍ରାମରେ "ଆମ ପୋଲିସ ସମିତି" ବୈଠକ ସହିତ ନିଶାଦ୍ରବ୍ୟର ଅପବ୍ୟବହାର ଓ ତତ୍ସଂକ୍ରାନ୍ତୀୟ ଅପରାଧର ରୋକଥାମ୍ ପାଇଁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ:
🔹 NDPS ଆଇନର ଧାରା ୪୭ ଏବଂ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ଆଇନଗତ ସଚେତନତା।
🔹 ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଆଚରଣ।
🔹 ବେଆଇନ ନିଶାଦ୍ରବ୍ୟ ଚାଷରୁ ଦୂରେଇ ରହିବା ପାଇଁ ବିକଳ୍ପ ଚାଷ ପ୍ରଣାଳୀ ଓ ସ୍ଥାୟୀ ଜୀବିକାର ସୁଯୋଗ।
ନିରନ୍ତର ସଚେତନତା, ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସାମୂହିକ ଦାୟିତ୍ୱ ମାଧ୍ୟମରେ ଏକ ନିଶାମୁକ୍ତ, ସାଇବର ସୁରକ୍ଷିତ ଏବଂ ଦାୟିତ୍ୱଶୀଳ ସମାଜ ଗଠନ ପାଇଁ ଆମେ ପ୍ରତିବଦ୍ଧ।
#PurunakatakaPolice #BoudhPolice #AmaPoliceSamiti #DrugAwareness #CyberSafety #OdishaPolice #SayNoToDrugs #SafeCommunity #Boudh News