ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ
ଵିଧ୍ୟାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଚିକିତ୍ସା ପାଇଁ ଭୁବନେଶ୍ବର ଗଲେ ପ୍ରୀତି
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ଅନ୍ତର୍ଗତ ସେକ୍ଟର-୬ ପି ଏଣ୍ଡ ଟି କଲୋନୀରେ ରହୁଥିବା ୨୦ବର୍ଷ ବୟସ୍କ ଯୁବକ ଶ୍ରୀ ପ୍ରୀତି ପ୍ରଭଞ୍ଜନ ରାଉଳ ପିଲାଟି ଦିନରୁ ଫେଲେରିଆ ରୋଗର ଶିକାର ହୋଇ ବାମ ଗୋଡାଟି ମାତ୍ରାଧିକ ଫୁଲି ମୋଟା ହୋଇଯାଇଛି । ଯେଉଁଥିପାଇଁ ଶ୍ରୀ ପ୍ରୀତି ପ୍ରଭଞ୍ଜନ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରିତି ନିଜ ଗୋଡ଼ର ଚିକିତ୍ସା ରାଜ୍ୟ ସରକାରଙ୍କ ଦ୍ବାରା ମିଳିଥିବା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଇଆସୁଥିଲେ । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏମ୍ସକୁ ଯିବା ପାଇଁ ପ୍ରିତି ପ୍ରଭଞ୍ଜନ ସ୍ଥିର କରିଥିଲେ ।ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପ୍ରୀତିଙ୍କ ବାପା ପ୍ରଦୀପ କୁମାର ରାଉଳ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କୁ ଦୁଇଦିନ ତଳେ ସାକ୍ଷାତ କରି ଭୁବନେଶ୍ୱର ଏମ୍ସକୁ ଅଧିକ ଚିକିତ୍ସା ପାଇଁ ଯିବାର ବ୍ୟବସ୍ଥା କରିଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଦୀପଙ୍କ କଥା ଶୁଣିବା ପରେ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାର ବରିଷ୍ଟ ଅଧିକାରୀଙ୍କ ସହିତ ଏ ସମ୍ବନ୍ଧରେ କଥା ହୋଇ ତୁରନ୍ତ ପ୍ରିତିଙ୍କୁ ଭୁବନେଶ୍ୱର ଏମ୍ସକୁ ନେବାପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ କହିଥିଲେ । ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଫେଲେରିଆ ରୋଗରେ ଆକ୍ରାନ୍ତ ଶ୍ରୀ ପ୍ରିତି ପ୍ରଭଞ୍ଜନ ରାଉଳ ଶେଷରେ ଗତକାଲି ଆମ୍ବୁଲାନ୍ସ ମାଧ୍ୟମରେ ଭୁବନେଶ୍ୱର ଏମ୍ସକୁ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।