ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ କଚେରି ଛକ ଠାରେ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ଡ଼ ପ୍ରମୋଦ ରଥ ରଖିଲେ ପ୍ରତିକ୍ରିୟା
ଆଜି ସଂଧ୍ୟାରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର କଚେରି ଛକ ଠାରେ ଥିବା ସହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏଥିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମେତ ବିଭିନ୍ନ ଅଞ୍ଚଳରୂ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହି ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ସହ ଦିପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପହେଲଗାଓଁ ଠାରେ ହୋଇଥିବା ଆତଙ୍କି ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ସହିଦଙ୍କୁ ଆଜିର କାର୍ଯ୍ୟକ୍ରମରେ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏନେଇ ଡକ୍ଟର ପ୍ରମୋଦ ରଥ ନିଜ ପ୍ରତିକ୍ରିୟା ରଖିଥିଲେ।