ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ପ୍ରତିଷ୍ଠା ଦିବସ ପାଳନ
ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ମାନେ ସଭ୍ୟ ଥିବା ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଅନୁଷ୍ଠାତ ପବ୍ଲିକ ଲାଇବ୍ରେରୀର ପ୍ରତିଷ୍ଠା ଦିବସରେ ବହୁ ସଭ୍ୟ ଉପସ୍ଥିତ ରହିଥିଲେ। ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୁର୍ବତନ କୂଳବତି ତଥା ପବ୍ଲିକ ଲାଇବ୍ରେରୀର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ, ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ତଥା ପବ୍ଲିକ ଲାଇବ୍ରେରୀର ସମ୍ପାଦକ ରଘୁନାଥ ମିଶ୍ର, ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ସବୁ ସଭ୍ୟ ଉପସ୍ଥିତ ରହିଥିଲେ।