ରେଢାଖୋଲ: ପ୍ରସ୍ତାବିତ ପିଚୁ ପ୍ରକଳ୍ପ ସକାଶେ ଦେଓଗାଁରେ ପରିବେଶ ମଞ୍ଜୁରୀ ଜନଶୁଣାଣୀ କାର୍ଯ୍ୟକ୍ରମ
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ଠାରେ ଆଜି ମେସର୍ସ ପଳିୱାଲ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରସ୍ତାବିତ ପିଚୁ ପ୍ରକଳ୍ପ ପ୍ରତିଷ୍ଠା ସକାଶେ ପ୍ରଶାସନିକ ସ୍ତରରେ ଆଜି ପରିବେଶ ମଞ୍ଜୁରୀ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଭୋଇ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ସତ୍ୟନାରାୟଣ ନନ୍ଦ ପ୍ରମୁଖ ମଞ୍ଚାସିନ ଥାଇ ସ୍ଥାନୀୟ ପଞ୍ଚାୟତବାସୀଙ୍କ ମତାମତ ଗ୍ରହଣ କରିଛନ୍ତି ।