ପାଟଣା: ଘଟଗାଁ ମା' ତାରିଣୀ ମନ୍ଦିର ପରିସରରେ ବନ ବିଭାଗ ପକ୍ଷରୁ ୭୫ ତମ ବନ ସପ୍ତାହ ପାଳିତ
କେନ୍ଦୁଝର ଜିଲ୍ଲା ଘଟଗାଁ ବନବିଭାଗ ପକ୍ଷରୁ ୭୫ତମ ବନ ସପ୍ତାହ ଆଜି ପୂର୍ବାହ୍ନ ରେ ତାରିଣୀ ମନ୍ଦିର ପରିସରରେ ପାଳିତ ହୋଇଛି। ଘଟଗାଁ ରେଞ୍ଜର ପ୍ରଭାତ କୁଅଁରଙ୍କ ତତ୍ୱାବଧାନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘଟଗାଁ ବିଡିଓ ଭଗବତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ତାରିଣୀ ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବନକର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।