ପାଟଣା: ପାରାଭାଡି ଛକ ନିକଟରେ ଟ୍ରାକ୍ଟର ପଛରେ ଧକ୍କା ଦେଲା ବାଇକ, ଜଣେ ମୃତ
କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାରାଭାଡି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ଟ୍ରାକ୍ଟର ପଛରେ ଧକ୍କା ଦେଇଛି। ଦୁର୍ଘଟଣା ରେ ବାଇକ୍ ଚାଳକ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବାଇକ୍ ଚାଳକ ଙ୍କ ପରିଚୟ ମିଳି ପାରିନାହିଁ। ବାଇକ୍ ଚାଳକ ଜଣଙ୍କ ଘଟଗାଁ ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପାରାଭାଡି ଛକ ନିକଟରେ ହଠାତ ଟ୍ରାକ୍ଟର ଟି ରାସ୍ତା ଉପରକୁ ଆସି ଯିବାରୁ ବାଇକ୍ ଟି ସିଧାସଳଖ ଟ୍ରାକ୍ଟର ପଛରେ ଧକ୍କା ଦେଇଥିଲା।