ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଏସପି ନିଜ ଅଫିସ ରେ ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ମଣପ୍ପୁରମ ସୁନା ଲୁଟ ଘଟଣାରେ ବଡ ଅପଡେଟ l ଲୁଟ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି ଡକାୟତ l ଦିଲ୍ଲୀ ପୋଲିସ ସହାୟତାରେ ୪ ଡକାୟତଙ୍କୁ ଧରିଲା ପୋଲିସ l ଲୁଟ କରିବା ସହ, ଲୁଟ ସୁନା ନେଇଯିବା ଘଟଣାରେ ସହଯୋଗ କରିଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ l ଏମାନଙ୍କ ଠାରୁ ପାକିସ୍ତାନ ତିଆରି ୧୪ଟି ବନ୍ଧୁକ ଜବତ କରିଛି ପୋଲିସ l ପୂର୍ବରୁ ମାଷ୍ଟର ମାଇଣ୍ଡ ସୁବୋଧ ସିଂ ସହ ୪ ଗିରଫ ହୋଇଥିଲେ l ଏବେ ଗିରଫ ସଂଖ୍ଯା ୮ରେ ପହଂଚିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l ଏହି ଡକାୟତମାନେ କଟନୀରୁ ୧୭କେଜି , ଉଦୟପୁରରୁ ୨୫ କେଜି ଲୁଟ କରିଥିଲେ l