ବିଦ୍ୟା ଷ୍ଟଡ଼ି ପଏଂଟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ " ଗୋପବନ୍ଧୁ ସାରା ବିଶ୍ବର ମଣି"
ସାରନଗରୀ,୧୦l୧୦(ନି.ପ୍ର): ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ଆନୁକୁଲ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ କୁମାର ବେହେରା, ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସା, ଲାଠିକଟା ଥାନାଧିକାରୀ ରାମେଶ୍ୱର ସିଂ, ଈଶ୍ୱରୀୟ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ସାରନଗରୀ ଶାଖାର ଅମ୍ରିତା ଭଉଣୀ,ସାମାଜିକ କର୍ମୀ ପି. ପି ରାୟ, ମାନବିକତାର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ଯୋଗ ଦେଇ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳମଣିଙ୍କ ସେବା ମନୋଭାବ ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଅତିଥିମାନେ ବିଷଦ ଆଲୋଚନା କରିଥିଲେ । ଉତ୍କଳମଣି ଥିଲେ ଓଡ଼ିଶାର ଗର୍ବ। ଆଜିର ସମାଜରେ ତାଙ୍କର ସେବା ମୋନୋଭାବ, ନୀତି ଓ ଆଦର୍ଶ ଆଗାମୀ ଯୁବପିଢି ପାଇଁ ଏକ ଜୀବନ୍ତ ଆଦର୍ଶ ବୋଲି ବକ୍ତା ମାନେ କହିଥିଲେ lକାର୍ଯ୍ୟକ୍ରମରେ ଅଧ୍ୟାପକ ସୁନୀଲ ସାମଲ, ଚନ୍ଦ୍ର ଶେଖର ମୁନି ସମେତ ଶିକ୍ଷାବିତ୍ ,ସମାଜସେବୀ, ସାହିତ୍ୟକ,କବି ସମେତ ସେକ୍ଟର-୨୨କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସମସ୍ତ ସଦସ୍ୟ ଜୟନ୍ତୀରେ ନିଜକୁ ସାମିଲ କରିଥିଲେ । ଶେଷରେ ଅଧ୍ୟାପକ ଡ଼ ବସନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ ।