ରାଉରକେଲା ସହର ସେବା ସମିତିର ବାର୍ଷିକ ଉତ୍ସବ ଓ ସଂଗୀତ ସନ୍ଧ୍ୟା ଗତ ନଭେମ୍ବର ୨୧, ୨୦୨୬ ତାରିଖରେ ସେକ୍ଟର-୨ ସ୍ଥିତ ସେହେନାଇ ମଣ୍ଡପ ଠାରେ ଉତ୍ସାହର ସହ ସମ୍ପନ୍ନ ହୋଇଛି।
ଅନୁଷ୍ଠାନର ପ୍ରମୁଖ ଶୈଳେନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ସକାଳ ୧୦ଟାରେ "ସାମ୍ପ୍ରତିକ ସ୍ଥିତି ଓ ଦେଶର ହିତକଳ୍ପେ ଯୁବ ଛାତ୍ରଙ୍କ ପାଇଁ ଉପଯୁକ୍ତ ରାଜନୀତି ଶିକ୍ଷା କେତେ ଜରୁରୀ" ଶୀର୍ଷକ ଏକ ଆଲୋଚନା ଚକ୍ର ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।