କୁଳିଦା ଠାରେ ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ.
ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ର ଚଉଦ ଟି ପଞ୍ଚାୟତ ର ବିଜୁ ଜନତା ଦଳ ର କର୍ମୀ ଙ୍କୁ ନେଇ କୁଳିଦା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ପଦଯାତ୍ରା ପଞ୍ଚୁରୁଖୀ ଛକରୁ ବାହାରି ଗୁଡିଖାଳ ବଜାର ରେ ପହଞ୍ଚିଥିଲା। ସେଠାରେ ବ୍ଲକ ବିଜେଡି ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହେଇଥିଲା |ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବସ୍ତାର ଜନସାଧାରଣଙ୍କ ସେବା କରିବା ସହ ସେମାନଙ୍କ ସ୍ଵାର୍ଥ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ।
Mahima TV Surajtv Jay Naveen Odisha Biju Janata Dal Odisha Naveen Patnaik #bjdpadajatra #kulida #basta #balasore
Basta, Balasore | Oct 10, 2026