Public App Logo
Profile Picture

Halchal jeypore

@jogendrasingh4183
153Followers
0Following
କୋରାପୁଟ ଜିଲ୍ଲାର ପବିତ୍ର ଲମତାପୁଟ ମାଟିରେ ଉପାନ୍ତ ଅଞ୍ଚଳରେ ଶ୍ରୀକ୍ଷେତ୍ରର ପବିତ୍ର ପରମ୍ପରାକୁ ସାକାର କରିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ଶୁଭାରମ୍ଭ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାର ବିକାଶକୁ ନେଇ ଆଶା ସଞ୍ଚାର ହୋଇଛି। ଶିକ୍ଷା ବିଭାଗର ଜଏଣ୍ଟ ସେକ୍ରେଟାରୀ ମୌସୁମୀ ନାୟକ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିବା ସମୟରେ ପୁରାତନ ଛାତ୍ରମାନେ ତାଙ୍କୁ ସାକ୍ଷାତ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଦାବି ଜଣାଇଥିଲେ
ଗଣେଶ ପୂଜା ପାଇଁ ଜୟପୁର ଟାଉନ ଥାନାରେ ପ୍ରସ୍ତୁତି ବୈଠକ
ଆଗାମୀ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ କରିବା ନେଇ ଜୟପୁର ଟାଉନ ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସହରର ବିଭିନ୍ନ ଗଣେଶ ପୂଜା ମଣ୍ଡପ କମିଟିର ସଦସ୍ୟମାନେ ଯୋଗଦେଇଥିଲେ।
ଗଣେଶ ପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ଏବଂ ଭକ୍ତମାନେ ଶାନ୍ତିପୂର୍ଣ୍ଣ ଭାବେ ପୂଜା ଉପଭୋଗ କରିପାରନ୍ତି, ସେନେଇ ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ପୁରୁଣା ଗଛ ହଠାତ ଉପୁଡ଼ି ପଡ଼ିଥିଲା। ଗଛଟି ପଡ଼ିବା ସମୟରେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଆହତ,୨୦ରୁ ୨୫ ଅଧିକ ବାଇକ ଗଛ ତଳେ ଚାପି ହୋଇ ନଷ୍ଟ ହୋଇଥିବା ସୁଚନା
କୋରାପୁଟ ଜିଲ୍ଲା ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମୌସୁମୀ ନାୟକ,
କୋରାପୁଟ ଜିଲ୍ଲା ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଘଟଣ। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ପୁରାତନ ଆକାଶ ମଳି ଗଛ ହଠାତ ଉପୁଡ଼ି ପଡ଼ିବାରୁ ଜଣେ ଛାତ୍ର ଆହତ ହୋଇଥିବା ବେଳେ ୨୦ରୁ ୨୫ ଅଧିକ ବାଇକ ନଷ୍ଟ ହୋଇଥିବା ସୂଚନା । ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ପୁରୁଣା ଗଛ ହଠାତ ଉପୁଡ଼ି ପଡ଼ିଥିଲା। ଗଛଟି ପଡ଼ିବା ସମୟରେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଆହତ ହୋଇଥିଲେ
ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଘଟଣ। ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ଏକ ପୁରାତନ ଗଛ ହଠାତ୍‌ ଉପୁଡ଼ି ପଡ଼ିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି। ଗଛ ତଳେ ଥିବା ୩୦ରୁ ଊର୍ଦ୍ଧ୍ୱ ବାଇକ୍‌ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଘଟଣ ପରେ ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଛି । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଘଟଣାସ୍ଥଳରୁ ଗଛ ହଟାଇବା ପାଇଁ ଚେଷ୍ଟା ଜାରି ରହିଛି।
କୋରାପୁଟ ପୁଲିସର ବଡ଼ ସଫଳତା, ଧରାପଡ଼ିଲା କୁଖ୍ୟାତ ଅପରାଧୀ
୪୦ରୁ ଅଧିକ ମାମଲାରେ ଜଡ଼ିତ ଟୁନା ହରିଜନ ଗିରଫ
କୋରାପୁଟରେ ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘ ପକ୍ଷରୁ ୧୪ତମ ଜାତୀୟ ବନ ସହିଦ ଦିବସ ପାଳିତ ହୋଇଛି। କୋରାପୁଟ ସର୍କଲ ଜୋନ ପକ୍ଷରୁ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କୋରାପୁଟରେ ୧୪ ତମ ଜାତୀୟ ବନ ସହିଦ ଦିବସ ପାଳିତ

ବନ ଓ ବନ୍ୟଜନ୍ତୁ ସୁରକ୍ଷା କରିବା ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ବନ ସହିଦମାନଙ୍କୁ ସ୍ମରଣ କରାଯାଇଥିଲା। ବନ ସୁରକ୍ଷା ଦିଗରେ ସେମାନଙ୍କ ତ୍ୟାଗ ଓ ସାହସକୁ ସମ୍ମାନ ଜଣାଇବା ସହ ଜଙ୍ଗଲ, ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା
କଳାହାଣ୍ଡିରେ “ମୁଇଁ କଳାହାଣ୍ଡିଆ” ଲେଖା ଯେମିତି ନିଜ ମାଟି ଓ ପରିଚୟ ପ୍ରତି ଗର୍ବର ଭାବନା ସୃଷ୍ଟି କରୁଛି, ସେହିଭଳି କୋରାପୁଟରେ “ମୁଇଁ କୋରାପୁଟିଆ” ଲେଖା ହେଲେ କେମିତି ଲାଗିବ? ❤️🌿

ପାହାଡ଼, ଝରଣା, ଜଙ୍ଗଲ ଓ ଆଦିବାସୀ ସଂସ୍କୃତିର ଏହି ସୁନ୍ଦର ମାଟି ପାଇଁ “ମୁଇଁ କୋରାପୁଟିଆ” ନିଶ୍ଚିତ ଭାବେ ଏକ ନିଆରା ପରିଚୟ ହୋଇପାରେ। ❤️

ଆପଣଙ୍କ ମତ କଣ?
କୋରାପୁଟରେ ଏଭଳି “ମୁଇଁ କୋରାପୁଟିଆ” ଲେଖା ହେବା ଉଚିତ କି? କମେଣ୍ଟରେ ଜଣାନ୍ତୁ। 👇
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମିଲିପୁଟ ଓ କେବିଡି ପଞ୍ଚାୟତ ପରିଦର୍ଶନ କରି ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର,
ଲାଞ୍ଚ ଅଭିଯୋଗରେ JMFC ବରିଷ୍ଠ କିରାଣୀ କୋର୍ଟ ଚାଲାଣ। ମାଲକାନଗିରି ଜିଲ୍ଲା ମାଥିଲି JMFC କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ ଲାଞ୍ଚ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏକ NBW ମାମଲା ପରିଚାଳନା କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଅଭିଯୋଗକାରୀ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଧରାଯାଇଥିଲା। ପରବର୍ତ୍ତୀ ପ୍ରକ୍ରିୟା ଶେଷ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଜୟପୁର ଭିଜିଲାନ୍ସ ଏସପି ଏସ୍. ସୁଶ୍ରୀ ସୂଚନା ଦେଇଛନ୍ତି।
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମିଲିପୁଟ ଓ କେବିଡି ପଞ୍ଚାୟତ ପରିଦର୍ଶନ କରି ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର। ସରକାରୀ ଯୋଜନାର ସୁଫଳ ଯେପରି ସାଧାରଣ ଲୋକଙ୍କ ନିକଟରେ ସଠିକ୍ ଭାବେ ପହଞ୍ଚିପାରିବ,
ଜୟପୁର: ଜୟପୁର OSRTC ବସ୍ ଷ୍ଟାଣ୍ଡ ପରିସରରେ ଗାଡ଼ି ଭଙ୍ଗାରୁଜା କରାଯିବା ସହ ଚକାରୁ ପମ୍ପ କାଢ଼ି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।
ଅଲ୍ଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ପକ୍ଷରୁ ଗୋଆରେ ଆୟୋଜିତ ସମ୍ମାନ ସମାରୋହରେ କୋରାପୁଟ ଜିଲ୍ଲା ଜୟପୁର ର M/S Jay Kumar Vijay Kumar Jainଙ୍କୁ ଉଲ୍ଲେଖନୀୟ ବ୍ୟବସାୟିକ ସଫଳତା ପାଇଁ ଦୁଇଟି ଗୌରବଜନକ ପୁରସ୍କାର ପ୍ରଦାନ କରାଯାଇଛି।
ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ‘ନବରତ୍ନ ଆୱାର୍ଡ’ ଏବଂ ଅଲ୍ଟ୍ରାଟେକ୍ ବିଲ୍ଡିଂ ପ୍ରଡକ୍ଟସ୍ ଡିଭିଜନରେ ‘BPD Regional Topper – Western Odisha’ ଭାବେ ସମ୍ମାନିତ ହୋଇଛନ୍ତି।
କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମା ମଧ୍ୟରେ ରାଣୀଡୁଡୁମା ଏକ ଆକର୍ଷଣୀୟ ସ୍ଥାନ। ପାହାଡ଼, ଝରଣା, ସବୁଜ ବନାନୀ ଓ ଶାନ୍ତ ପରିବେଶ ଏହି ଅଞ୍ଚଳର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଥାଏ।
“ପ୍ରକୃତିର ରାଣୀ ରାଣୀଡୁଡୁମା — କୋରାପୁଟର ଗର୍ବ, ଓଡ଼ିଶାର ସୌନ୍ଦର୍ଯ୍ୟ।” 🌳💚
ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ କହିଛନ୍ତି ଯେ, ରାଣୀଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଅପୂର୍ବ ଏବଂ ମନକୁ ଶାନ୍ତି ପ୍ରଦାନ କରେ। ପରିବାର ଓ ସାଙ୍ଗସାଥୀଙ୍କ ସହ ଏଠାରେ ସମୟ କାଟିବାର ଅନୁଭୂତି ନିଶ୍ଚିତ ଭାବେ ସ୍ମରଣୀୟ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ମାତ୍ର ୩ କିଲୋମିଟର ଦୂରତା। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକଙ୍କୁ ଯିବାକୁ ପଡୁଛି ପ୍ରାୟ ୬୦ କିଲୋମିଟର ବୁଲାଣି ରାସ୍ତା। ଆଉ ଦୀର୍ଘ ବାଟରୁ ରକ୍ଷା ପାଇବାକୁ ହେଲେ ଜୀବନକୁ ବାଜି ଲଗାଇ କୋଲାବ ଜଳଭଣ୍ଡାର ପାର ହେବାକୁ ପଡୁଛି ଡଙ୍ଗାରେ। ବର୍ଷା ଦିନରେ ତ ଏହି ଯାତ୍ରା ଆହୁରି ବିପଦପୂର୍ଣ୍ଣ ହୋଇପଡୁଛି। 
ସିନ୍ଧିପୁଟ ବ୍ରିଜ୍‌ କେବଳ କୋଲାବ ଜଳଭଣ୍ଡାର ଉପରେ ଏକ ନିର୍ମାଣ ନୁହେଁ, ଏହା ଦୀର୍ଘଦିନର ଯାତାୟାତ ଯନ୍ତ୍ରଣାରୁ ମୁକ୍ତିର ଏକ ନୂଆ ଆଶା। ଏବେ ବ୍ରିଜ୍‌ କାମ କେବେ ସରିବ ଏବଂ କେବେ ଲୋକଙ୍କ ପାଇଁ ଏହା ଯାତାୟାତର ମାଧ୍ୟମ ହେବ, ସେହି ଦିନକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
ମାତ୍ର ୩ କିଲୋମିଟର ଦୂରତାକୁ ସିଧାସଳଖ ଯାଇ ନପାରି ପ୍ରାୟ ୬୦ କିଲୋମିଟର ବୁଲି ଯିବାକୁ ପଡୁଛି। ଫଳରେ ଲୋକଙ୍କର ସମୟ ଓ ଅର୍ଥ ଉଭୟ ନଷ୍ଟ ହେଉଛି। ତେବେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ସମୟରେ ଲୋକେ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ଡଙ୍ଗାରେ କେବଳ ଲୋକ ନୁହେଁ, ଗାଡ଼ି ମଧ୍ୟ ଜଳଭଣ୍ଡାର ପାର କରାଯାଉଛି। ତେବେ ବର୍ଷା ଦିନରେ ପବନ ଓ ଉଚ୍ଚ ଲହଡ଼ି ଯୋଗୁଁ ଡଙ୍ଗା ଯାତ୍ରା ବିପଦପୂର୍ଣ୍ଣ ହୋଇପଡୁଛି। ଜୀବନକୁ ହାତମୁଠାରେ ଧରି ଜଳଭଣ୍ଡାର ପାର ହେଉଛନ୍ତି ଅଞ୍ଚଳବାସୀ।ଜରୁରୀ ସମୟରେ ଡଙ୍ଗା ହିଁ ଭରସା ସବୁଠାରୁ ଅଧିକ ସମସ୍ୟା ଦେଖାଦେଉଛି,
ସିନ୍ଧିପୁଟ ବ୍ରିଜ୍‌ର ନିର୍ମାଣ କାମ ଶେଷ ହେଲେ ଦୁଇ ପାର୍ଶ୍ୱର ଲୋକଙ୍କ ମଧ୍ୟରେ ଯାତାୟାତ ଆହୁରି ସୁଗମ ହେବ। ଦୀର୍ଘ ବୁଲାଣି ରାସ୍ତା ଓ ବିପଦପୂର୍ଣ୍ଣ ଡଙ୍ଗା ଯାତ୍ରାରୁ ଲୋକଙ୍କୁ ମୁକ୍ତି ମିଳିବା ସହ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ।କୋଲାବ ଜଳଭଣ୍ଡାର ଉପରେ ସିନ୍ଧିପୁଟ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।ସିନ୍ଧିପୁଟ ବ୍ରିଜ୍‌ କେବଳ ଦୁଇ ପାର୍ଶ୍ୱକୁ ନୁହେଁ, ଯୋଡ଼ିବ ଲୋକଙ୍କ ସ୍ୱପ୍ନ ଓ ସମ୍ଭାବନାକୁ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ୧୦ ଖଣ୍ଡ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପଞ୍ଚାୟତ ଅନ୍ତର୍ଗତ ବରଗଛ ଗ୍ରାମ ନିକଟରେ ନୂତନ ଗୋଦାବରୀ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବିଦ୍ୟାଳୟ ସ୍ଥାପନ ହେଲେ ଏହି ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉପକୃତ ହେବା ସହ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସୁବିଧା ମିଳିପାରିବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ। ଜ଼ିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଛନ୍ତି।
🏆 ସଂସଦ ରତ୍ନ ପୁରସ୍କାର ୨୦୨୬ 🇮🇳

ସଂସଦୀୟ କାର୍ଯ୍ୟକ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ “Best Chairperson, Standing Committee in Parliament” ସପ୍ତଗିରି ଶଙ୍କର ଉଲ୍କାକା,ସାଂସଦ, କୋରାପୁଟ ସମ୍ମାନ ପ୍ରଦାନ।

ଜନସ୍ୱାର୍ଥ ପ୍ରସଙ୍ଗକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ, ସଂସଦୀୟ ସମିତିର କାର୍ଯ୍ୟକୁ ସକ୍ରିୟ କରିବା ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଅବଦାନ ପାଇଁ ଏହି ସମ୍ମାନ ଏକ ବଡ଼ ସ୍ୱୀକୃତି।

🇮🇳 ସଂସଦୀୟ ଗଣତନ୍ତ୍ରରେ ଉତ୍କର୍ଷର ଆଉ ଏକ ଉଦାହରଣ।

<nis:link nis:type=tag nis:id=sansadratnaawards2026 nis:value=SansadRatnaAwards2026 nis:enabled=true nis:link/> <nis:link nis:type=tag nis:id=sansadratna nis:value=SansadRatna nis:enabled=true nis:link/> <nis:link nis:type=tag nis:id=parliament nis:value=Parliament nis:enabled=true nis:link/> <nis:link nis:type=tag nis:id=bestchairperson nis:value=BestChairperson nis:enabled=true nis:link/> <nis:link nis:type=tag nis:id=indiandemocracy nis:value=IndianDemocracy nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
ଜୟପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଶୁଭ୍ରା ପଣ୍ଡା

ଜୟପୁରର ନୂତନ ଉପଜିଲ୍ଲାପାଳ ଭାବେ ଶୁଭ୍ରା ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ସହ ଅଧିକାରୀ ଓ କର୍ମଚାରୀମାନେ ଅଭିନନ୍ଦନ ଜଣାଇଥିଲେ।ଜୟପୁର ଉପଖଣ୍ଡର ବିଭିନ୍ନ ପ୍ରଶାସନିକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ନେଇ ଆଶା ପ୍ରକାଶ ପାଇଛି।
🇮🇳 ପୁଲିସ ବ୍ୟାଣ୍ଡର ମନମୁଗ୍ଧକର ସ୍ୱରରେ ଗୁଞ୍ଜରିତ ‘ଜନ ଗଣ ମନ’ 🇮🇳

ପୁଲିସ ବ୍ୟାଣ୍ଡର ମଧୁର ସ୍ୱରରେ ଗୁଞ୍ଜରିତ ହେଲା ଆମ ଗୌରବମୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’।
ଜାତୀୟ ସଙ୍ଗୀତର ସ୍ୱରରେ ଦେଶପ୍ରେମ, ଗର୍ବ ଓ ଏକତାର ଭାବନାରେ ଭରିଉଠିଲା ସମଗ୍ର ପରିବେଶ। 🇮🇳❤️

ଜୟ ହିନ୍ଦ୍ 🇮🇳
ଭାରତ ମାତା କି ଜୟ 🇮🇳
🙏🙏
<nis:link nis:type=tag nis:id=janaganamana nis:value=JanaGanaMana nis:enabled=true nis:link/> <nis:link nis:type=tag nis:id=policeband nis:value=PoliceBand nis:enabled=true nis:link/> <nis:link nis:type=tag nis:id=nationalanthem nis:value=NationalAnthem nis:enabled=true nis:link/> <nis:link nis:type=tag nis:id=patriotism nis:value=Patriotism nis:enabled=true nis:link/> <nis:link nis:type=tag nis:id=jaihind nis:value=JaiHind nis:enabled=true nis:link/>
ବୀର ସହିଦ ଯୀଶୁଦାନ ଖୋସଲା ଅମର ରହେ” ଧ୍ୱନିରେ ସହିଦଙ୍କୁ ସମ୍ମାନ ଜଣାଯାଇଥିଲା।

ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା କୋରାପୁଟର ବୀର ସହିଦ ଯୀଶୁଦାନ ଖୋସଲାଙ୍କ ସହିଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ସହିଦଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ବୀରତା, ଦେଶପ୍ରେମ ଓ ତ୍ୟାଗକୁ ସ୍ମରଣ କରାଯାଇଥିଲା। ଉପସ୍ଥିତ ଅତିଥି ଓ ଶ୍ରଦ୍ଧାଳୁମାନେ ସହିଦ ଯୀଶୁଦାନ ଖୋସଲାଙ୍କ ପ୍ରତିମୂର୍ତ୍ତି/ସ୍ମୃତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଦେଶର ସୁରକ୍ଷା ଓ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦଙ୍କ ତ୍ୟାଗ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଏହି ଅବସରରେ ବକ୍ତାମାନେ କହିଥିଲେ।
ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା କୋରାପୁଟର ବୀର ସହିଦ ଯୀଶୁଦାନ ଖୋସଲାଙ୍କ ସହିଦ ଦିବସ ଅବସରରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।