ତମାଣ୍ଡୋ: ତମାଣ୍ଡୋ ଥାନା ଅଞ୍ଚଳରେ ଜୋର ଜବରଦସ୍ତ ନାବାଳିକା ଝିଅକୁ ବିବାହ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ
ତମାଣ୍ଡୋ ଥାନା ଅଞ୍ଚଳରେ ଜୋର ଜବରଦସ୍ତ ନାବାଳିକା ଝିଅକୁ ବିବାହ କରିବା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ପୋଲିସ | ଅଭିଯୋଗକାରିଣୀ ଜଣକ ଭୁବନେଶ୍ୱରର ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ଶ୍ରମିକ ଭାବରେ କାମ କରନ୍ତି । ତାଙ୍କ ନାବାଳିକା ଝିଅ ତାଙ୍କ ସହ ରହିବା ପାଇଁ ଭୁବନେଶ୍ୱର ଆସିଥିଲେ । ଅଭିଯୁକ୍ତ ଜ୍ୟୋତି ଓରଫ ପଦ୍ମଲୋଚନ ମହାପାତ୍ର ତାଙ୍କ ନାବାଳିକା ଝିଅକୁ ବିବାହ କରିବାକୁ ଚାହୁଁଥିବା ନେଇ ଅଭିଯୋଗକାରିଣୀଙ୍କୁ ଜଣାଇଥିଲେ ମଧ୍ୟ ଅଭିଯୋଗକାରିଣୀ ରୋକଠୋକ ମନା କରିଦେଇଥିଲେ ।