ବାସୁଦେବପାଳି ରାସ୍ତା କଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଦୂରକୁ ଉଡ଼ିଯାଇ ଓଲଟିଲା ଅର୍ଟିଗା କାର୍, ୨ ଗୁରୁତର
ଆଜି ଅପରାହ୍ନ ପ୍ରାୟ ୫.୩୦ ସମୟରେ ୫୭ ନ ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଳି ମାଉଳି ମନ୍ଦିର ଓ ଜଗନ୍ନାଥ ମନ୍ଦିର ମଝି ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଯାଇଛି।
ଏକ ଅର୍ଟିଗା କାର୍ (ନମ୍ବର: OD-03-AC-1338) ଦ୍ରୁତ ଗତିରେ ଆସି ବୁଲାଣିରେ ଭାରସାମ୍ୟ ହରାଇ ବସିଥିଲା। ଗାଡ଼ିଟି ରାସ୍ତା ଉପରୁ ପ୍ରାୟ ୧୦୦ ଫୁଟ୍ ଉଡ଼ିଯାଇ ଜଗନ୍ନାଥ ମନ୍ଦିର ପଛପଟେ ଓଲଟି ପଡ଼ିଛି।
🔹 ଦୁର୍ଘଟଣା ସମୟରେ ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ।
🔹 ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି।
🔹 ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତୁରନ୍ତ PCR ଗାଡ଼ି ଯୋଗେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି।
#RoadAccident #Manamunda #AccidentAlert #Boudh #OdishaNews #drivesafe