#ଯାଜପୁର_ଗସ୍ତରେ_ବିଜେପି_ରାଜ୍ୟ_ସଭାପତି_ତଥା_ରାଜ୍ୟସଭା_ସାଂସଦ_ମନମୋହନ_ସାମଲ
ଦଶରଥପୁର ବ୍ଲକ ପ୍ରୀତିପୁର ସ୍ଥିତ ବି ବି ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେବା ପାଇଁ ଯାଜପୁର ଗସ୍ତରେ ଆସିଛନ୍ତି ମନମୋହନ ସାମଲ। ଏହି ଅବସରରେ ଯାଜପୁର ସହରର ମାଂସାପୋଲ ଛକ ଠାରେ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ବାଜା, ବାଣ ଓ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିଥିଲେ ଦଳୀୟ କର୍ମୀ। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଗୌତମ ରାୟ, ସଂଗ୍ରାମ ପାତ୍ର, ଜିଲ୍ଲା ସମ୍ପାଦକ ତପନ ନନ୍ଦଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।ବିଜେପିର ବହୁ ନେତା ଓ କର୍ମୀ ବାଜାର ତାଳେ ତାଳେ ବାଣ ଫୁଟାଇ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ମନମୋହନ ସାମଲ ଦଶରଥପୁର ବ୍ଲକ ପ୍ରୀତିପୁର ବିବି ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେଠାକୁ ଯାତ୍ରା କରିଥିଲେ।
#BJPOdisha #BjpJajpur #lntvnetwork #JajpurNews #jajpurkhabar #Aeiodisha
Bhubaneswar M Corp, Khordha | Nov 23, 2026